ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ପରଲୋକ

0 73

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର ଅନ୍ୟତମ ଶୀର୍ଷସ୍ଥାନୀୟ ବ୍ୟକ୍ତିତ୍ୱ ରାହୁଲ ବଜାଜଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ୧୯୩୮ ମସିହା ଜୁନ୍‌ ୧୦ ତାରିଖରେ ରାହୁଲ୍‌ ବଜାଜ୍‌ ଜନ୍ମ ଗ୍ରହଣ କରିଥିଲେ । ୪୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଦ ସମ୍ଭାଳି ଥିଲେ । ବାଜାଜ୍‌ ଅଟୋର ଚେୟାରମ୍ୟାନ୍‌ ପଦରୁ ସେ ଗତ ବର୍ଷ ଏପ୍ରିଲ୍‌ ମାସରେ ଅବସର ନେଇଥିଲେ । ରାହୁଲ୍‌ଙ୍କୁ ୨୦୦୧ ମସିହାରେ ପଦ୍ମ ଭୂଷଣ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ସେ ପୂର୍ବରୁ ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଛନ୍ତି । ୫୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌କୁ ଚଳାଇ ଆସୁଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ,ବହୁ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ତୁଙ୍ଗ ଶିଳ୍ପପତି ଶୋକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 15 =