ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚିତ

0 94

ଫୁଲବାଣୀ,୧୨/୨:- ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଜ଼ିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପି ସି ସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧ୍ୟକ୍ଷ ନନ୍ଦ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷକରି ଏହି ଇସ୍ତାହାରରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର, କୃଷିର ବିକାଶ, ରୋଜଗାର ବୃଦ୍ଧି, ଗମନାଗମନ, ସଂଚାର ଓ ଭିତ୍ତିଭୂମିର ବିକାଶ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନେଇ ପ୍ରଭାରୀ ବିସ୍ମୟ ମହାପାତ୍ର କହିଥିଲେ । ସେହିପରି ଜ଼ିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସମସ୍ୟା ଆଦି ମଧ୍ୟ ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି । ଜ଼ିଲ୍ଲାରେ ଏବେ ପୂର୍ବାପେକ୍ଷା କଂଗ୍ରେସ ପ୍ରତି ଜନସମର୍ଥନ ବୃଦ୍ଧି ପାଉଛି ଫଳରେ ୧୮ଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହେବେ ବୋଲି ଅନାମ ନାୟକ ପ୍ରକାଶ କରଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =