ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହେଲେ କିଶାନ

0 119

ବାଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ ର ମେଗା ନିଲାମର ପ୍ରଥମ ଦିନରେ ଇଶାନ୍‌ କିଶାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟିରେ କିଣିଛି । ଏହି କିଣାବିକାରେ ସେ ଏ ପର୍ଯ୍ୟନ୍ତ ହୋଇଥିବା ମେଗା ନିଲାମର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି । ଏହାଦ୍ୱାରା ଇଶାନ କିଶନ ଆଇପିଏଲ ନିଲାମ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହୋଇପାରିଛନ୍ତି ।
ଯୁବରାଜ ସିଂ ଏବେବି ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ଅଟନ୍ତି । ଯୁବରାଜ ସିଂଙ୍କୁ ୨୦୧୫ ରେ ଦିଲ୍ଲୀ କ୍ୟାପିଟାଲ୍ସ୧୬ କୋଟି ଟଙ୍କାରେ କିଣିଥିଲା । ଏହା ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ଖେଳାଳି କିଣିବା ପାଇଁ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପୂର୍ବରୁ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୯.୨ କୋଟିରେ କିଣିଥିଲା ।
ଆଇପିଏଲ୍‌ ନିଲାମର ଇତିହାସ ବିଷୟରେ କହିବାକୁ ଗଲେ, ସବୁଠାରୁ ମହଙ୍ଗା ଖେଳାଳି ହେଉଛନ୍ତି କ୍ରିସ୍‌ ମୋରିସ୍‌, ଯିଏ ୧୬.୨୫ ରେ ବିକ୍ରି ହୋଇଥିଲେ । ଯୁବରାଜ ସିଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପ୍ୟାଟ୍‌ କମିନ୍ସ ତୃତୀୟ ସ୍ଥାନରେ ଅଛନ୍ତି, ଯିଏ କୋଲକାତା ନାଇଟ୍ସ ଦ୍ୱାରା ୧୫.୫୦ କୋଟି ଟଙ୍କାରେ କିଣା ହୋଇଥିଲେ । ଇଶାନ ଚତୁର୍ଥ ନମ୍ବରରେ ପହଞ୍ଚିଛି । ୧୫ କୋଟି ସହିତ କାଇଲ୍‌ ଜାମିସନ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି । ଯାହାଙ୍କୁ ଗତବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିଲେ । ଜାମିସନ୍‌ ଏଥର ନିଲାମରେ ଭାଗ ନେଇନାହାନ୍ତି ।

hiranchal ad1
Leave A Reply

Your email address will not be published.

eleven + 11 =