ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

0 69

ପୁରୀ : ମହାମହିମ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି । ଏଥିନିମନ୍ତେ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ହେଲିପ୍ୟାଡ, ଶ୍ରୀମନ୍ଦିର, ରାଜଭବନ ଏବଂ ଶରଧାବାଲିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଓ ଯାଞ୍ଚ, ନିରବଚ୍ଛିନ ବିଦ୍ୟୁତ ସେବା, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ମୁତୟନ, ଆତିଥେୟତା ଆଦି ସଂପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ୪୦ ପ୍ଲାଟୁନ ପୋଲିସ ଏବଂ ୨୦୦ ଅଧିକାରୀ ମୁତୟନ ହେବେ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ କହିଛନ୍ତି ।
ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିଅରୀ ଡଃ ସୁଜାତା ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଚୈତନ୍ୟ ଗୌଡୀୟ ମଠର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 + 4 =