କିଶୋରନଗର ଅଞ୍ଚଳର ମେଧାବୀ ଛାତ୍ରଙ୍କ ସଫଳତା

0 60

କିଶୋରନଗର: କିଶୋର ନଗର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପଙ୍କଜ କଟାରୁକା ସମ୍ମାନଜନକ ଚାଟାର୍ଡ ଆକାଉଟାଣ୍ଟ (ସିଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ଏହି ତ୍ରିସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ଲାଗି ଭୁବନେଶ୍ୱରରେ ରହି ଦୈ÷ନିକ ୧୨-୧୪ ଘଣ୍ଟା ପାଠ ପଢାରେ ବିନିଯୋଗ କରୁଥିଲେ । ଶ୍ରୀ କଟାରୁକା ମାଟ୍ରିକ ପରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବାଣିଜ୍ୟ ଅଧ୍ୟୟନ କରି ସଫଳତା ପାଇଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ନିଜ ପିତାମାତା ଓ ବଡଭାଇ ଦିଲୀପ କଟାରୁକାଙ୍କୁ ଦେଇଥିବା ବେଳେ ଅଂଚଳ ବାସି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀମାନ ପଙ୍କଜ ସ୍ୱର୍ଗତ ଶ୍ୟାମଲାଲ କଟାରୁକାଙ୍କ ନାତି ଓ ପ୍ରଦୀପ କଟାରୁକାଙ୍କ ଜ୍ୟୋଷ୍ଠ ପୁତ୍ର ଅଟନ୍ତି । ସି.ଏ. ପରୀକ୍ଷା ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଏକାଉଣ୍ଟାନ୍ସ ଅଫ ଇଣ୍ଡିଆ (ଆଇସିଏଆଇ ) କରୁଥିବା ବେଳେ ଖୁବ କମ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସଫଳତା ପାଆନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =