ଜେଲ୍‌ ଗଲେ କୋଟିପତି ଏଡିଏମ

0 87

ଭୁବନେଶ୍ୱର,୧୩/୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ)ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ଆଜି ଗିରଫ ହେବାପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ । କୋର୍ଟରେ ହାଜର କରିବା ପୂର୍ବରୁ ବିଶ୍ୱଜିତ ମହାପାତ୍ରଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭିଜିଲାନ୍ସ ହାତରେ ଲାଗିଛି । ଏହାର ସୂଚନା ଦେଇ ଭିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି, ଗତ ୧୧ ଓ ୧୨ ତାରିଖରେ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନେକ ସମ୍ପତ୍ତି ସହ ଗୁରୁତ୍ୱପୂର୍ଣ୍ଣ କାଗଜ ଭିଜଲାନ୍ସ ହାତରେ ଲାଗିଛି ।

hiranchal ad1
Leave A Reply

Your email address will not be published.

four + twenty =