ଫିଲ୍ମ ଛାଡି ବ୍ୟବସାୟ କରିବାକୁ ଚାହୁଁଥିଲେ ରଶ୍ମିକା

0 73

ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପୁଷ୍ପା: ଦି ରାଇଜ’ ତାଙ୍କୁ ବହୁ ଲୋକପ୍ରିୟତାର କରିଛି। ଏବେ ସେହି ଫିଲ୍ମ , ତା ଡାଇଲଗ ସବୁ ଆଡେ ଡିମାଣ୍ଡରେ ରହିଛି । ଏହା ବ୍ୟତୀତ ଫିଲ୍ମର ଅନେକ ଗୀତ ସୋସିଆଲ୍‌ ମିଡିଆରେ କ୍ରେଜ୍‌ ପାଲଟିଛି ।

hiring

ତେବେ ଏହି ଫିଲ୍ମରେ ରଶ୍ମିକା ‘ଶ୍ରୀବଲି’ ଭୂମିକାରେ ଅଭିନୟ କରିଥିଲେ। ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସହ ତାଙ୍କ ଯୋଡିକୁ ଦର୍ଶକ ପ୍ରଶଂସା କରିଥିଲେ। ଆଜିର ଦିନରେ ରଶ୍ମିକାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ଅଛି। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ରଶ୍ମିକା ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସବୁଦିନ ପାଇଁ ଛାଡିବାକୁ ଚାହୁଁଥିଲେ।

ଏନେଇ ରଶ୍ମିକା ନିଜେ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ କି- ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ସେ ତାଙ୍କ ପିତାଙ୍କ ସହ ବ୍ୟବସାୟରେ ଯୋଗଦେବାକୁ ଚିନ୍ତା କରିଥିଲେ। କିନ୍ତୁ ଭାଗ୍ୟରେ ହିଁ ଆଉ କିଛି ଲେଖା ଯାଇଥିଲା। ଯେଉଁଥିପାଇଁ ସେ ନିଜକୁ ଅଟକାଇ ପାରିନଥିଲେ । ବର୍ତ୍ତମାନ ଯୁଗରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ।

hiranchal ad1
Leave A Reply

Your email address will not be published.

five + eight =