ଦମ୍ପତିଙ୍କ ନିଆରା ଢଙ୍ଗରେ ପଥମ ବିବାହ ବାର୍ଷିକୀ ପାଳନ

0 96

ଘୁ.ଉଦୟଗିରି,୧୪/୨- ଘୁ.ଉଦୟଗିରିର ସାମାଜିକ କର୍ମୀ ଜଗନ୍ନାଥ ରଥ ଏବଂ ପତ୍ନୀ ଅର୍ଚ୍ଚନା ନାୟକ ରଥ ନିଜ ବିବାହ ବାର୍ଷିକ ଦିବସକୁ ନିଆରା ଢଙ୍ଗରେ ପାଳନ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି । ରାଇକିଆ ସ୍ଥିତ ସେଣ୍ଟ କ୍ୟାଥେରିନ ଅନାଥ ଆଶ୍ରମରେ ପ୍ରାୟ ୨୦ ଜଣ ଅନାଥ ଶିଶୁଙ୍କୁ ସେରେଲାକ୍‌, ହର୍ଲିକସ୍‌, ବିସ୍କୁଟ, ଚକଲେଟ୍‌, ଫିଡିଂ ବୋତଲ୍‌, ହଗିସ୍‌, ଖାତା, ପେନ୍ସିଲ୍‌, ସାବୁନ୍‌ ସହ ବିଭିନ୍ନ ଖେଳନା ଦେଇ ସେହି ଅନାଥ ଆଶ୍ରମରେ ସମୟ ବିତାଇଥିଲେ ଉଭୟ ଦମ୍ପତି । ଆଶ୍ରମର ସେବିକା ସିଷ୍ଟର ରେଶିନା, ସିଷ୍ଟର ମାରିଆ ଓ ସିଷ୍ଟର ସୁକାନ୍ତି ଉଭୟ ରଥ ଦମ୍ପତିଙ୍କୁ ସହଯୋଗ କରିବା ସହ ମଙ୍ଗଳ କାମନା କରି ଆଶୀର୍ବାଦ କରିଥିଲେ । କୋଭିଡ ନିୟମ ପାଳନ ସହ ଏଭଳି ସୁଯୋଗ ପାଇଥିବାରୁ ଆଶ୍ରମର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଉଭୟ ପତିପତ୍ନୀ ।

hiranchal ad1
Leave A Reply

Your email address will not be published.

twelve − 12 =