ପୁଣି ବାଲ୍ୟ ବିବାହକୁ ବନ୍ଦ୍‌ କଲା ପ୍ରଶାସନ

0 183

ବୌଦ୍ଧ,୧୪/୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ୍‌ କରାଯାଇଅଛି । ପ୍ରାପ୍ତ ଖବର ଅନୁଯାୟୀ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷର ଦୁଇ ନାବାଳିକା କନ୍ୟାର ବିବାହ ନିମନ୍ତେ ନିର୍ବନ୍ଧକରି ବନ୍ଧୁ ପରିଜନଙ୍କ ସହିତ ଭୋଜିଭାତର ଆୟୋଜନ କରୁଥିବାବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଓ ପୁରୁଣାକଟକ ଆବାସିକ ବିଦ୍ୟାଳୟର ହଷ୍ଟେଲ ପରିଚାଳିକା ଶ୍ରୀମତୀ ଆରତୀ ହୋତା କୌଣସି ସୁତ୍ରରୁ ଖବରପାଇ ଜିଲ୍ଲା ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସଙ୍କ ସହିତ ଯୋଗାଯୋଗ କରିଥିଲେ । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଓ ସେକ୍ଟର ସୁପରଭାଇଜର ବାସନ୍ତି ମହାକୁଡ ଓ ଶିକ୍ଷା ବିଭାଗ ଦ୍ୱାରା ଘଟଣାସ୍ଥଳରେ ପହଞ୍ଚି ପରିବାର ସହିତ ଆଲୋଚନାକରି ନିର୍ବନ୍ଧ ଉତ୍ସବ ବନ୍ଦ କରି ନାବାଳିକା କନ୍ୟା ଦୁଇଜଣଙ୍କୁ ସୁପରଭାଇଜରଙ୍କ ଦ୍ୱାରା ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ । ଉକ୍ତ ପରିବାରର ୪ଟି ଶିଶୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଗତ ଜାନୁଆରୀ ମାସରୁ ପ୍ରତ୍ୟେକେ ୧୫ଶହ ଟଙ୍କା କରି ଭତ୍ତା ପାଉଛନ୍ତି । ଉକ୍ତ ପରିବାରର ନିଜସ୍ୱ ଇନ୍ଦିରା ଆବାସ ଘର ଥିବାବେଳେ ଏଯାଏ ସେ ବିଧବା ଭତ୍ତା ପାଇପାରିନାହାନ୍ତି । ପ୍ରକାଶ ଯେ ନିର୍ବନ୍ଧ ପରେ ନାବାଳିକା ଦୁଇଜଣଙ୍କୁ ବିବାହ ପାଇଁ ଅନ୍ୟତ୍ର ପଠାଇ ଦିଆଯିବାର ଯୋଜନା ଚାଲିଥିଲା ।

hiranchal ad1
Leave A Reply

Your email address will not be published.

five × three =