ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା : ପୂରା ସିରିଜରୁ ବାଦ୍‌ ପଡ଼ିଲେ ସୁନ୍ଦର

0 94

କୋଲକାତା, ୧୪/୨: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଭାରତ-ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜ । ପ୍ରଥମ ମ୍ୟାଚ ଖେଳାଯିବ କୋଲକାତାର ଐତିହାସିକ ଇଡେନ ଗାଡେର଼୍ନରେ । ଏଥିପାଇଁ ଇତିମଧ୍ୟରେ ଏଠାରେ ପହଞ୍ଚିଯାଇଛନ୍ତି ଭାରତୀୟ ଦଳ । ଅହମ୍ମଦାବାଦରେ ଦିନିକିଆ ସିରିଜକୁ ମୂଳପୋଛ କରିଥିବାରୁ ଭାରତ ବେଶ୍‌ ଉତ୍ସାହିତ ମିଜାଜରେ ଅଛି । ଟି-୨୦ ସିରିଜରେ ମଧ୍ୟ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ଅଛି ଭାରତ । ତେବେ ତା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଅଫ ସ୍ପିନର ୱାଶିଂଟନ ସୁନ୍ଦର ଆହତ ହେବା କାରଣରୁ ପୂରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ତାମିଲନାଡୁ କ୍ରିକେଟ୍‌ ଆସୋସିଏନ(ଟିଏନସିଏ)ର ଜଣେ ଅଧିକାରୀ କହିଛନ୍ତି, ସୁନ୍ଦରଙ୍କୁ ଗ୍ରେଡ ୧ ହାମଷ୍ଟ୍ରିଙ୍ଗର ଆଘାତ ଲାଗିଛି । ମଙ୍ଗଳବାର ଏନସିଏରେ ରିପୋର୍ଟ କରିବାକୁ ପଡିବ । ଏବେ ସୁନ୍ଦରଙ୍କୁ ଏନସିଏରେ ତିନି ସପ୍ତାହ ବିତାଇବାକୁ ପଡିବ । ୱାଶିଂଟନ ସୁନ୍ଦରଙ୍କୁ ମିଶାଇ ତିନି ଜଣ ଭାରତୀୟ ଖେଳାଳି ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ତାଙ୍କ ପୂର୍ବରୁ ଉପ ଅଧିନାୟକ କେଏଲ ରାହୁଲ ଏବଂ ଅକ୍ଷର ପଟେଲ୍‌ ମଧ୍ୟ ସିରିଜ୍‌ରୁ ବାଦ୍‌ ପଡି ସାରିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକୱାଡ ଏବଂ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍‌ କରାଯାଇଛି । ପ୍ରଥମ ଟି-୨୦ ଫେବୃଆରୀ ୧୬, ଦ୍ୱିତୀୟ ଟି-୨୦ ଫେବୃଆରୀ ୧୮ ଓ ତୃତୀୟ ଟି-୨୦ ଫେବୃଆରୀ ୨୦ ରେ ଖେଳାଯିବ । ଭାରତୀୟ ଦଳ : ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ୱାଶିଂଟନ ସୁନ୍ଦର, ଇଶାନ କିଷନ, ଋଷଭ ପନ୍ତ, ଦୀପକ ଚହର, ଶାର୍‌ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍‌, ଋତୁରାଜ ଗାଏକୱାଡ, ଦୀପକ ହୁଡ୍ଡା ।

hiranchal ad1
Leave A Reply

Your email address will not be published.

4 × one =