ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କଲା ପୁରୀ ପୁଲିସ

0 56

ପୁରୀ : ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ବାସେଳି ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଜବତ ହେଲା ୩୫୬ ଗ୍ରାମ ବ୍ରାଉନସୁଗାର । ଏଥିସହ ୧୭ ହଜାର ନଗଦ ଟଙ୍କା, ୩ଟି ମୋଟରସାଇକେଲ, ୫ଟି ମୋବାଇଲ ଜବତ କରିଛି ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍‌, ପିପିଲି ଦେବୀ ଗଳିର ପପୁ ପାଣ୍ଡେ, ଜଳେଶ୍ୱରର ଇଫତେଖାର ତୁଲା, ଜଟଣୀ ତିରମାଲର ରଞ୍ଜନ ଭୁଜବଳ । ଗତକାଲି ରାତିରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ମାଫିଆ ଫିରୋଜ ଖାନ ସହ ଏହି ତିନି ଅଭିଯୁକ୍ତ ପୁରୀ ଆସୁଥିବା ବେଳେ ମାଟିତୋଟା ପଡିଆ ଠାରେ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଆଜି ଏନେଇ ବାସେଳୀ ସାହି ଥାନାରେ ପୁରୀ ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 8 =