କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୨ ଆହତ

0 365

ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଅଧୀନରେ ଥିବା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତର ରାଇପଦା ନିକଟରେ ଓଡି୦୫ ଏନ ୦୧୫୪ ବିଶିଷ୍ଟ ଏକ କାର କୌଣସି କାମ ପାଇଁ ବାଲିଗୁଡା ବାରଖାମା ଯାଇ ଫେରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତର ରାଇପଦା ଠାରେ ଏକ ଆମ୍ବ ଗଛରେ ପିଟି ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ହୋଇଥିବା ଲୋକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ । ସେଠାରେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ କୌଣସି କାମରେ ବାରଖାମା ବାଲିଗୁଡା ଯାଇଥିଲେ ଓ ଆଜି ସକାଳେ ଭୁବନେଶ୍ୱର ଫେରୁଥିଲେ, ଠିକ ସେହି ସମୟରେ ରାଇପଦାଠାରେ ଏକ ଆମ୍ବ ଗଛକୁ ପିଟି ହେବା ଫଳରେ ଆହତ ହୋଇଥିଲେ । ଗାଡ଼ିରେ ଭରତ ବାହାଦୂରଙ୍କ ପୁଅ ନରେନ୍ଦ୍ର ବାହାଦୂର (୨୩) ,ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ରାମଚନ୍ଦ୍ର ପାତ୍ର(୩୮) ଓ ପ୍ରଫୁଲ୍ଲ କୁମାର ପାଣିଙ୍କ ପୁଅ ପ୍ରଭାତ ପାଢ଼ୀ (୨୩ ) । ସମସ୍ତଙ୍କର ଘର ଭୁବନେଶ୍ୱର ହୋଇଥିବା ବେଳେ ଡ୍ରାଇଭର ପ୍ରଭାତ ପାଢ଼ୀ ନାମକ ବ୍ୟକ୍ତିକୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଘୁ ଉଦୟଗିରି ପୋଲିସ ପହଞ୍ଚି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।ଆହତ ନରେନ୍ଦ୍ର ବାହାଦୂରଙ୍କର ଗୋଡ଼ ଭାଙ୍ଗି ଯିବା ଫଳରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।ଡ୍ରାଇଭର ଜଣକ ମୃତ୍ୟୁ ହୋଇଯାଇଥିବା ବେଳେ ପୋଲିସ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

20 − nine =