ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖିଉଡାର ଚମ୍ପିୟାନ

0 46

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀ ମୁଣ୍ଡା ଗ୍ରାମର କ୍ରିକେଟ୍‌ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଟି କ୍ରିକେଟ ଦଳ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ ମ୍ୟାଚକୁ ଜୀବନ୍ୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ମିନକେତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ରାଖିଉଡାର ଦଳ ଓ ଦେବଭୁଇଁ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଏଥିରେ ରାଖିଉଡାର ଦଳ ଚାମ୍ପିଅନ ହୋଇଥିଲେ । ଆଜି ଅନୁଷ୍ଠିତ ଉଦଯାପନୀ ପୁରସ୍କାର ବିତରଣ ଉତ୍ସବ ରେ ଲକ୍ଷ୍ମୀମୁଣ୍ଡା ଜୀବନ୍ୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ମିନକେତନ ପ୍ରଧାନ ମୁଖ୍ୟ ଅତିଥି , ଗେର୍ଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମୋହନ ପଣ୍ଡା, ଆଶାୟୀ ସମିତି ସଭ୍ୟା ପ୍ରାର୍ଥୀନୀ ଦେବକୀ ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କଲେ ଖେଳ ପଡିଆର ଉନ୍ନତିକରଣ ପାଇଁ ଯଥା ସାହାଯ୍ୟ କରିବି ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗାମୀ ଦିନରେ ଏହି ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଓ ପଶ୍ଚିମ ଓଡ଼ିଶା ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ନେହେରୁ ଯୁବ କେନ୍ଦ୍ରଙ୍କ ସହ ଯୋଗାଯୋଗ କରି ପଞ୍ଜିକରଣ କରିବା ସହ ଆଦିବାସୀ ବିନ୍ଧ୍ୟ ବାସିନୀ ଯୁବକ ସଂଘକୁ ଜୀବିତ କରିବା ମୋ ତରଫରୁ ଯଥା ଶକ୍ତି ସହଯୋଗ କରିବି ବୋଲି ମତପ୍ରକାଶ କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଚାମ୍ପିଅନ ଦଳ ରାଖିଉଡାର ୧୦ ହଜାର ପୁରସ୍କାର ରାଶି ଓ ଦେବଭୁଇଁ ଦଳକୁ ୬ ହଜାର ପୁରସ୍କୃତ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଆଦିବାସୀ ମାଁ ବିନ୍ଧ୍ୟ ବାସିନୀ କ୍ରିକେଟ କ୍ଲବ ର ଲକ୍ଷିଦ୍ର ବରିହା ,ଡୋଲାମଣି ବନଛୋର,ମୁଣ୍ଟୁ ବରିହା, ସେବତୀ ବନଛୋର , ଚୁଡ଼ାମଣି ବନଛୋର, କ୍ଷୀର ସାଗର ବରିହା, ଚଦ୍ରମଣି ବରିହା, ପଙ୍କଜ ବରିହା, ଗୋପାଳ ବନଛୋର, ରାଜକିଶୋର ଭାଟି, ମିକୁ ବରିହା, ଅର୍ଜୁନ ବରିହା, ସଂଞ୍ଜିବ ବରିହା, ମହେନ୍ଦ୍ର ବନଛୋର, ହରିବନ୍ଧୁ ବରିହାଙ୍କ ସହ ଅନ୍ୟ ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କରାଯାଇଥିବା ଗ୍ରାମାଞ୍ଚଳ କ୍ରିକେଟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ କରିଥିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଖେଳାଳିମାନଙ୍କ ପାରିଦର୍ଶିତାରେ ବୃଦ୍ଧି ପାଇବ ବୋଲି ମତପ୍ରକାଶ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + 14 =