ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଡିଜି

0 123

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।ଏଥିପାଇଁ ଆଜି ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସେପଟେ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇଛି । ସେପଟେ ଘରୋଇ ହୋଟେଲ୍‌ ପରିବର୍ତ୍ତେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ ।
ଦୁଇଦିନିଆ ଗସ୍ତ ପାଇଁ ୪୦ ଜଣ ଅଧିକାରୀ ଓ ୨୦୦ ଅଫିସର ନିୟୋଜିତ ହେବେ । ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ରାଜଭବନରେ ଅବସ୍ଥାନ କରିବେ । ତା ପରେ ୫ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ । ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ ସମୟ ଅତିବାହିତ କରିବେ । ଆଜି ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ପ୍ରଥମେ ତାଳବଣିଆ ହେଲିପ୍ୟାଡ , ପରେ ଘରୋଇ ହୋଟେଲ,ରାଜଭବନ ଏବଂ ପରେ ଶରଧାବାଲି ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର,ଶ୍ରୀମନ୍ଦିର ଭିତରେ ଓ ବାହାରେ, ରାଜଭବନ ପ୍ରତ୍ୟାବର୍ତ୍ତନ, ରାଷ୍ଟ୍ରପତିଙ୍କ ଦର୍ଶନ, ଶରଧାବାଲି ସଭାସ୍ଥଳ, ଫେରିବା ପ୍ରତ୍ୟେକଟି ଦିଗକୁ ନେଇ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରାଯାଇଛି । ରାଷ୍ଟ୍ରପତିଙ୍କ ମହାପ୍ରଭୁଙ୍କ ଦର୍ଶନ ସମୟରେ ଅପରାହ୍ନ ୪ଟା ରୁ ୬ ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ୨୦ତାରିଖ ସକାଳ ୧୦.୩୫ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ । ସେଠାରେ ମଠ ପକ୍ଷରୁ ଶଙ୍ଖଧ୍ୱନି,ସଙ୍କୀର୍ତ୍ତନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । କୋଭିଡ କଟକଣା ମଧ୍ୟରେ ମଠର ୪୦ଜଣ ଆଚାର୍ଯ୍ୟ ଉପସ୍ଥିତ ରହିବେ । ଭାରତବର୍ଷର ବିଭିନ୍ନ ସ୍ଥାନରୁ ମଠ ଶାଖାର କର୍ମକର୍ତ୍ତା, ସାଧୁସନ୍ଥ ଯୋଗଦେବେ । ମଠରୁ ବାହାରି ୧୧ଟା ରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ଏହି ଭବ୍ୟ ସାରସ୍ୱତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟଙ୍କ ବାଣୀ,ଆଦର୍ଶ,ନୀତି ଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ୬୦୦ ମଠ କର୍ମକର୍ତ୍ତା ଯୋଗଦେବେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛ । ପୂର୍ବରୁ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ତାଙ୍କ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇଛି । ଘରୋଇ ହୋଟେଲ୍‌ ପରିବର୍ତ୍ତେ ରାଷ୍ଟ୍ରପତି ରାଜଭବନରେ ରତ୍ରିଯାପନ କରିବେ । ସ୍ୱୀକୃତି ପାଇ ପଠାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + 6 =