ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରାଙ୍କ ସହାୟତା

0 136

ଫୁଲବାଣୀ:-ଯେଉଁଠାରେ କିଛି ସାହାଯ୍ୟର ଆବଶ୍ୟକ ପଡିଲା ତାଙ୍କୁ କିଏ କହୁ ନ କହୁ, କିଏ ଡାକୁ ନ ଡାକୁ ସାହାଯ୍ୟ କରିବାକୁ ଅକୁଣ୍ଠ ଚିତରେ ଆଗେଇ ଆସନ୍ତି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠା ତା ତଥା ହିନ୍ଦୁ ମଜଦୂର ସଭାର ଜିଲ୍ଲା ଆବାହକ, ଜିଲ୍ଲା ପ୍ରେସ କ୍ଳବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା । କଲରାପାଜୁ ଗ୍ରାମକୁ ଯାଇ ସହଯୋଗର ହାତ ବଢ଼ାଇ ଥିଲେ । ସୂଚନାଯୋଗ୍ୟ ଯେ ଗତ ୧୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍‌ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଅପରାହ୍ନ ସମୟରେ ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗା ପଟା, ଧାନ,ଚାଉଳ ସମେତ ୪୫ ହଜାର ଟଙ୍କା,କାଗଜ ପତ୍ର ,ସୁନା ମାଳି ଦୁଇ ଗୋଟି ଓ ନିତ୍ୟ ବ୍ୟବହାର୍ଯ୍ୟ ଘରର, ଆସବାବ ପତ୍ର ସବୁ ନିମିଷକ ମଧ୍ୟରେ ପୋଡ଼ି ପାଉଁଶ ହୋଇ ଯାଇଥିଲା ।ଘରେ ସମସ୍ତେ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ସର୍ଟ ସର୍କିଟରେ ଘରେ ନିଆଁ ଲାଗି ଯାଇଥିଲା । ଏପରିକି ଘରେ ଖାଇବା ପାଇଁ ମଧ୍ୟ କିଛି ନଥିଲା । ଏପରି ସ୍ଥଳେ ଦୁଃଖି ରଙ୍କିଙ୍କ ଦୁଃଖ ଚିହ୍ନିଲା ପରି ସାହାଯ୍ୟ କରିବାକୁ ଆଗେଇ ଆସିଲେ ଶ୍ରୀ ବେହେରା । ଅସହାୟ ପରିବାରକୁ କିଛି ଲୁଗା,ଖାଦ୍ୟ ସାମଗ୍ରୀ, କମ୍ବଳ,ଅଳ୍ପ ଆର୍ଥିକ ସହାୟତା ଯୋଗାଇ ଥିଲେ । ଏହି ସହାୟତା ନିମନ୍ତେ ଜିଲ୍ଲା କନ୍ଧମାଳ ମିଡିଆ ଫୋରମର ସଭାପତି ସୁନୀଲ କୁମାର ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ଓ ଠିକାଦାର ଶମ୍ଭୁ ଭାଇ ପ୍ରମୁଖ ସାହାଯ୍ୟର ହାତ ବଢ଼ାଇ ଥିଲେ । ରିଲିଫ ସହାୟତା ସମୟରେ ପୂର୍ବତନ ଏଏସଆଇ ବ୍ରଜ ବେହେରା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − six =