ମୟଙ୍କ ଅଗ୍ରୱାଲ ନୁହଁନ୍ତି, ଏହି ଖେଳାଳି ହୋଇପାରନ୍ତି ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

0 90

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ର ମେଗା ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗସ୍‌ କେବଳ ମୟଙ୍କ ଅଗ୍ରୱାଲ ଓ ଅର୍ଶଦୀପ ସିଂଙ୍କୁ ରଖିଥିଲେ । ଏଥିସହିତ ଦଳର ଅଧିନାୟକ କେ.ଏଲ୍‌ ରାହୁଲଙ୍କ ସମେତ ବାକି ଖେଳାଳିଙ୍କୁ ମୁକ୍ତ କରାଯାଇଥିଲା । ଏଭଳି ପରିସ୍ଥିତିରେ ମୟଙ୍କ ଅଗ୍ରୱାଲ ପଞ୍ଜାବ ଦଳର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଖବର ଆସିଛି ଯେ, ପଞ୍ଜାବ ଦଳ ନେତୃତ୍ୱ ନେଇପାରନ୍ତି ଭାରତୀୟ ଦଳର ଓପନର ଶିଖର ଧାୱନ । ଦଳ ତାଙ୍କୁ ୮.୨୫ କୋଟିରେ କିଣିଛି । ତାଙ୍କ ନାମକୁ ନୂତନ ଅଧିନାୟକ ଭାବେ ଖୁବଶୀଘ୍ର ଘୋଷଣା କରିପାରେ ପଞ୍ଜାବ କିଙ୍ଗ୍‌ସ । ପୂର୍ବରୁ ଶିଖର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି । ସେହିପରି ଆଇପିଏଲରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି । ସେ ୨୦୧୪ ରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ କରିଥିଲେ ଏବଂ ୧୦ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିଥିଲେ ।
ସୂଚନାଯୋଗ୍ୟ ଯେ କେ.ଏଲ୍‌ ରାହୁଲଙ୍କୁ ଦଳ ବିଦା କରିବ ପରେ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକତ୍ୱ ପଦ ଖାଲି ପଡିଛି । ଡ୍ରାଫ୍ଟ ମାଧ୍ୟମରେ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ୍‌ କେଏଲ ରାହୁଲଙ୍କୁ ନେଇଥିଲା ଓ ସେ ଦଳର ଅଧିନାୟକ ହେବେ । ତବେ ଶିଖର ଧାୱନଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ ମଧ୍ୟ ପଞ୍ଜାବ କିଙ୍ଗ୍ସର ଅଧିନାୟକ ହେବା ପାଇଁ ଦୌଡରେ ଅଛନ୍ତି । କାରଣ ମୟଙ୍କ ଅଗ୍ରୱାଲ ଗତ କିଛି ସିଜିରେ ପଞ୍ଜାବ ଦଳର ଏକ ଅଂଶ ରହିଆସିଛନ୍ତି ଏବଂ ସେ ଦଳ ପାଇଁ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଶିଖର ଧାୱନ ଶେଷ ତିନୋଟି ସିଜିନରେ ଭଲ ପ୍ରଦର୍ଶନ କରିଥିଲେ । ଏହା ସତ୍ତେ୍ୱ ଶିଖରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳରେ ରଖିନଥିଲା । ଏପରିକି ନିଲାମ କିଣିବାରେ ମଧ୍ୟ ଅଧିକ ଆଗ୍ରହ ଦେଖାଯାଇ ନଥିଲା । ସେ ୨୦୧୯ ରେ ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୯, ୨୦୨୦ ଏବଂ ୨୦୨୧ ସିଜିନରେ ୫୦୦-୫୦୦ ରନ୍‌ ସଂଗ୍ରହ କରିଛନ୍ତି । ତିନୋଟି ସିଜିନରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୭୨୬ ରନ୍‌ ସ୍କୋର କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + four =