କ.ନୂଆଗାଁ ବ୍ଲକରେ ଭୋଟ ବର୍ଜନ କଲେ ଗ୍ରାମବାସୀ

0 196

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକର ପ୍ରଥମ ପର୍ଯ୍ୟାୟରେ ୧୪ଟି ଗ୍ରାମପଞ୍ଚାୟତର ୧୭୭ଟି ବୁଥରେ ମତଦାନ ହୋଇଛି । ନୂତନ ପଞ୍ଚାୟତ ଗଠନ ଦାବୀରେ ଭୋଟ ବର୍ଜନ କଲେ କ. ନୂଆଗାଁ ବ୍ଲକ ଜିରିଡିକିଆ ଓ ବଣ୍ଡଗୁଡ଼ା ପଞ୍ଚାୟତର ଆଠଟି ୱାର୍ଡବାସୀ । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ଦାବୀ ନେଇ ଜିରିଡିକିଆ ଓ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର କଙ୍ଗେରକିଆ, ଦଲାବାଲି, ଗୁଞ୍ଜିଗାଁ, କପୁଗୁଡ଼ା, ଉପର କଙ୍ଗେରକିଆର ପାଞ୍ଚ ଗୋଟି ବୁଥର ଚାରୋଟି ଗ୍ରାମର ଗ୍ରାମବାସୀ ସମ୍ପୂର୍ଣ୍ଣ ଭୋଟ୍‌ ବର୍ଜନ କରିଥିବା ଜଣାପଡ଼ିଛି । ମଗଡିଙ୍ଗିଆକୁ ନୂତନ ପଞ୍ଚାୟତ ଗଠନ ଦାବିରେ ପୂର୍ବରୁ ମଧ୍ୟ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି । ଏନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍‌ କୌଣଶି ସୁଫଳ ମିଳିନାହିଁ । ଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀ ଚରମ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାଶୁଝା ପରେ ମଧ୍ୟ ନିଜସ ଜିଦରେ ଅଟଳ ରହି ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

five × 4 =