ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବାଲିଗୁଡ଼ା ବ୍ଲକରେ୮୧.୨୩% ଓ କ.ନୂଆଗାଁ ବ୍ଲକରେ ୭୧.୬୬% ମତଦାନ

0 245

ବାଲିଗୁଡ଼ା: କନ୍ଧମାଳରେ ଶାନ୍ତିଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଜିଲ୍ଲାର ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରେ ୧୮୩ଟି ବୁଥ୍‌ ଓ କ.ନୂଆଗାଁ ବ୍ଳକର ୧୪ଟି ପଞ୍ଚାୟତରେ ୧୭୭ଟି ବୁଥରେ ଶାନ୍ତିଶୃଙ୍ଖଳା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଏଥିସହିତ ସମସ୍ତ ବୁଥରୁ କଡ଼ା ସୁରକ୍ଷା ମଧ୍ୟରେ ବାଲାଟ୍‌ ବକ୍ସ ଧରି ବ୍ଲକ୍‌ ସଦର ମହକୁମାରେ ପହଁଚିଲେ ପୋଲିଂ ଟିମ୍‌ । ବାଲିଗୁଡ଼ା ବ୍ଲକର ମୋଟ ୩୮୧୩୬ ଭୋଟରଙ୍କ ମଧ୍ୟରୁ ୮୧.୨୩% ମତଦାନ ହୋଇଥିବା ବେଳେ କ.ନୁଆଗାଁ ବ୍ଲକର ମୋଟ ୪୦୬୦୮ ଜଣ ଭୋଟରଙ୍କ ମଧ୍ୟରୁ ୭୧.୬୬% ମତଦାନ ହୋଇଥିବା ଜଣାପଡ଼ିଛି । ଏଥିରେ ବାଲିଗୁଡ଼ା ବ୍ଲକ୍‌ ୧୫ ନଂ ଯୋନ୍‌ ଓ ୧୬ ନଂ ଯୋନର ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ଜଣେ ସ୍ୱାଧିନ ପ୍ରାର୍ଥୀ ସମେତ ମୋଟ ୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍‌ ବକ୍ଷରେ ବନ୍ଦ ଥିବାବେଳେ ୫୦ଜଣ ସରପଞ୍ଚ ପ୍ରାର୍ଥୀ,୪୯ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୧୬୧ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି ବାଲାଟ୍‌ ବକ୍ସ ଭିତରେ । ସେହିଭଳି କ.ନୁଆଗାଁ ବ୍ଲକରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳରୁ ତିନିଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୪୮ ଜଣ ସରପଞ୍ଚ ପ୍ରାର୍ଥୀ, ୩୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୪୮ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍‌ ବକ୍ସରେ ବନ୍ଦ ହୋଇ ରହିଛି । ସେପଟେ ପ୍ରଥମ ପର୍ଯ୍ୟାୟର ଏହି ଭୋଟଗ୍ରହଣ ବେଳେ ବିଧାୟକଙ୍କ ନିଜ ପଞ୍ଚାୟତ ସାଇନପଡ଼ା ପଞ୍ଚାୟତର ୱାର୍ଡ ନମ୍ବର ୧୨ ନନ୍ଦମାହା, ଲେତିଙ୍ଗିଆ ପଞ୍ଚାୟତର କଣ୍ଡାବାଡି ୱାର୍ଡ ନମ୍ବର ୧୨, ଜିରିଡିକିଆ ପଞ୍ଚାୟତର ୱାର୍ଡ ନମ୍ବର ୧, ଗୁଞ୍ଜିଗାଁ ୱାର୍ଡ ନମ୍ବର ୧୦, ଉପର କଙ୍ଗେରକିଆ ୱାର୍ଡ ନମ୍ବର ୧୧, ବଣ୍ଡଗୁଡା ପଞ୍ଚାୟତର ୱାର୍ଡ ନମ୍ବର ୫ ମଗଡ଼ିଙ୍ଗିଆ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

fifteen − nine =