ପଞ୍ଚାୟତ ଭୋଟ: ଦିନ ୧୨ଟା ସୁଦ୍ଧା ୪୩ପ୍ରତିଶତ ମତଦାନ

0 55

ଭୁବନେଶ୍ବର : ରାଜ୍ୟରେ ପଡ଼ୁଛି ପଞ୍ଚାୟତ ଭୋଟ । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ଜାରି ରହିଛି ।  ତେବେ ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି ।  ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।   ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିଲା ।ପ୍ରକାଶ ଯେ, ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ୟ୍ୟନ୍ତ ମତଦାନ ଚାଲିବ ।

hiranchal ad1
Leave A Reply

Your email address will not be published.

nine − 6 =