ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଗୁଜବକୁ ହସି ଉଡାଇ ଦେଲେ

0 116

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦର୍ଶନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ନବୀନ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲିଲେ । ଏହାସହ ସେ ସେବାୟତମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ନିଜ ସ୍ୱାସ୍ଥ୍ୟ ଉପରେ ଗୁଜବକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକଙ୍କ ପ୍ରଶ୍ନର ହସିକି ସେ ଉତ୍ତର ଦେଇଥିଲେ । ଆଉ କହିଲେ, ମୁଁ ଖୁସି ଅଛି, ମୁଁ ସୁସ୍ଥ ଅଛି । ନିର୍ବାଚନ ଆସିଲେ ଏମିତି ଗୁଜବ ଚାଲେ । ଏବେ ନିର୍ବାଚନ ଚାଲିଛି ତେଣୁ ସେ ବିଷୟରେ କିଛି କହିହେବନି ।

hiring
hiranchal ad1
Leave A Reply

Your email address will not be published.

20 − 20 =