ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ, ରେକର୍ଡ ୮୫.୬୭ ପ୍ରତିଶତ ମତଦାନ

0 55

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୧୮୩ ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ପ୍ରତିନିଧି ଚୟନ କରିବା ପାଇଁ ମତଦାନ କରିଛନ୍ତି । ଏଥିପାଇଁ ସମଗ୍ର ବ୍ଲକକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇ ନିରୀକ୍ଷଣରେ ରଖାଯାଇଥିଲା । ସେହିପରି ବିନିକା ବ୍ଲକରେ ୮୪.୬୦ ପ୍ରତିଶତ ମତଦାନ ସହିତ ସୁରୁଖୁରୁ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୨୦୪ ଟି ବୁଥରେ ଭୋଟରମାନେ ମତଦାନ କରିଛନ୍ତି । ଏଥିପାଇଁ ସମଗ୍ର ବ୍ଲକକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇ ନିରୀକ୍ଷଣରେ ରଖାଯାଇଥିଲା । ଜିଲ୍ଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଉଭୟ ବ୍ଲକ ଗସ୍ତକରି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣରେ ଉଭୟ ବ୍ଲକ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ଭବ ହୋଇପାରିଛି । କୌଣସି ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଖବର ହସ୍ତଗତ ହୋଇ ନାହିଁ । ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏ ଭୋଟ ଦେଇଥିଲେ । ଉଭୟ ବ୍ଲକରେ ଉତ୍ସାହଜନକ ଭାବରେ ଭୋଟରମାନେ ମତଦାନ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ ଏଥିପାଇଁ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 1 =