କାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ମୁହାଁ ପୋଲିଂ ପାର୍ଟି

0 60

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍, ୧୩ ଶହ ୮୨ ପଞ୍ଚାୟତ ଏବଂ ୧୮ ହଜାର ୪୯୫ ୱାର୍ଡରେ ମତଦାନ ହେବ। ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତସାବ୍ୟସ୍ତ କରିବେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ଅଧିକାଂଶ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ଆଉ କିଛି ବୁଥକୁ ଯାଉଛନ୍ତି। ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।

hiranchal ad1
Leave A Reply

Your email address will not be published.

two × three =