ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ

0 61

ଫୁଲବାଣୀ,୨୧/୨:- ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍‌ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାର ୧୦ଜଣ ଲେଖାଏଁ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ମାନଙ୍କର ବୟସ ସୀମା ୧୫ରୁ ୨୯ ବୟସ ( ୧୩ ଫେବୃଆରୀ ୨୦୨୨) ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଥିଲା । ଏହି ପ୍ରତିଯୋଗିତାର ବିଷୟବସ୍ତୁ ଗୁଡ଼ିକ ଯଥା ଇନକ୍ରିଡିବୁଲ ଇଣ୍ଡିଆ, ଆୟୁଷ୍ମାନ ଭାରତ, ବେଟି ବଚାଓ ବେଟି ପଢାଓ, ସ୍କିଲ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଇତ୍ୟାଦି । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଇଂରାଜୀ ଓ ଓଡ଼ିଆ ଭାଷାରେ ବକ୍ତୃତା ଦେବାକୁ ସୂଚନା ଦିଆଯାଇଥିଲା । ଏଥିସହିତ ଫୁଲବାଣୀ ସହରର ପ୍ରତିଯୋଗୀମାନେ ବୌଦ୍ଧ, ବରଗଡ଼, ନୂଆପଡ଼ା ଜିଲ୍ଲାର ପ୍ରତିଯୋଗୀ ମାନଙ୍କ ସହିତ ପ୍ରତିଯୋଗିତା କରିଛନ୍ତି ଏହାକୁ କଳାହାଣ୍ଡି ନେହରୁ ଯୁବ କେନ୍ଦ୍ର ଆୟୋଜନ କରିଥିଲେ । ଫୁଲବାଣୀ ଜ଼ିଲ୍ଲାର ଡେଭଲିନ ପ୍ରିୟଦର୍ଶନୀ ପ୍ରଥମ ଓ ଅନୁପମା କହଁର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଫୁଲବାଣୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭଦ୍ରକର ଦୀପିକା ଗହନ ପ୍ରଥମ, ସତ୍ୟସୁନ୍ଦର ପଣ୍ଡା ଦ୍ୱିତୀୟ, ବାଲେଶ୍ୱରର ରାଜଶ୍ରୀ ନାୟକ ପ୍ରଥମ, ସୁଭାଶିଷ ମହାନ୍ତି ଦ୍ୱିତୀୟ , ମୟୂରଭଞ୍ଜର ସତବ୍ରତ ମହାନ୍ତି ପ୍ରଥମ କିସାନ କୁମାର ସାହୁ ଦ୍ୱିତୀୟ ଏବଂ ଅନଗୁଳର ଖୁସି ରାୟ ପ୍ରଥମ, ସନ୍ଦୀପ ଶେଖର ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବରେ ଡ଼ଃ ଅନନ୍ତ ଚରଣ ମିଶ୍ର, ବିଜୟକୃଷ୍ଣ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଦୁଷ୍ମନ୍ତ ମାର୍ଥା ପ୍ରମୁଖ ରହି ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ରାଜ୍ୟ ନିର୍ଦ୍ଦେଶକ ବିମଲ ପାଟ୍ଟ୍ରିକ ସାହା ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ସ୍ୱାଗତ କରିଥିବା ବେଳେ ସହକର୍ମୀ ସତ୍ୟବାନ ଦଳବେହେରା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × one =