ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ, ମାଲିକାପୋଡି ସରପଞ୍ଚ ପଦବୀ ପାଇଁ ପୁନର୍ବାର ହେବ ମତଦାନ

0 103

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ସ୍ଥାନୀୟ ବ୍ଳକରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଲିକାପୋଡି ପଞ୍ଚାୟତର ୨ନଂ ଭୋଟଦାନ କେନ୍ଦ୍ର ବତିଙ୍ଗିଆ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସକାଳୁ ଏହି ବୁଥରେ ସୁରୁଖୁରୁରେ ଭୋଟଦାନ ଚାଲିଥିବା ବେଳେ ଅପରାହ୍ନରେ ଏହି ମତଦାନ କେନ୍ଦ୍ରରେ କିଛି ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେବା ସହ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ମାଲିକାପୋଡି ପଞ୍ଚାୟତରେ ମୋଟ ୫ଜଣ ପ୍ରାର୍ଥୀ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବାଲଟ ପେପରରେ ମଧ୍ୟ ୫ଜଣଙ୍କ ନାମ ସହ ଚିହ୍ନ ଅଛି କିନ୍ତୁ ମତଦାନ କେନ୍ଦ୍ରର ବାଲଟ ପେପରରେ କେବଳ ୩ଜଣ ପ୍ରାର୍ଥୀଙ୍କ ନାମ ଏବଂ ଚିହ୍ନରେ ଭୋଟ ଦେବାକୁ ପ୍ରିଜାଇଡିଂ ଅଫିସର ସମସ୍ତ ଭୋଟରଙ୍କୁ କହୁଥିବା ସହ ଅନ୍ୟ ୨ଜଣଙ୍କ ନାମ ଚିହ୍ନକୁ ଫୋଲଡ଼ କରି ରଖିଦେଇଥିବା ଅଭିଯୋଗ ହେବା ପରେ ଫୋଲଡ଼ ହୋଇ ରହିଥିବା ପ୍ରାର୍ଥୀ ଏବଂ ତାଙ୍କ ସମ୍ପର୍କୀୟ ବୁଥ ଭିତରକୁ ଯାଇ ପ୍ରିଜାଇଡିଂ ଅଫିସରଙ୍କ ସହ ଏହି ବିଷୟରେ କଥା ହେବା ସହ ସମସ୍ତ ବିଷୟ ବୁଝିବା ପରେ ଉତ୍ତେଜିତ ହୋଇ ଭୋଟଦାନ ବନ୍ଦ କରିଥିଲେ । ଏବଂ ନିର୍ବାଚନ ଅଧିକାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳି ପ୍ରଧାନ, ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ, ଆଇଆଇସି ରେବତୀ ଶବର ପୋଲିସ ଫୋର୍ସ ଧରି ମତଦାନ କେନ୍ଦ୍ରରେ ପହଞ୍ଚି ଘଟଣା ବିଷୟରେ ଅବଗତ ହେବା ସହ ଉତ୍ତ୍ୟକ୍ତ ଜନତାଙ୍କୁ ଉଚିତ ପଦକ୍ଷେପ ନିଆଯିବ ବୋଲି କହିବା ସହ ପୁନର୍ବାର ସରପଞ୍ଚ ପଦବୀ ନିମନ୍ତେ ୨ନଂ ବୁଥରେ ଭୋଟ ହେବ ବୋଲି କହିଥିଲେ । ତହସିଲଦାର ନିଜ ପ୍ରତିକ୍ରିୟାରେ କହିଥିଲେ ପ୍ରିଜାଇଡିଂ ଅଫିସର ଅଜାଣତରେ ଏହିଭଳି ଭୁଲ କରିଥିବା ଯୋଗୁଁ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ନିର୍ବାଚନ ଅଧିକାରୀ ପୁଣି ଏହି ବୁଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସରପଞ୍ଚ ପଦବୀ ନିମନ୍ତେ ଭୋଟ ଗ୍ରହଣ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧାରିତ ଦିବସରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏହାପରେ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ବାଲିଗୁଡା ଉପଜିଲ୍ଲାପାଳ ଉକ୍ତ ବୁଥରେ ପହଂଚି ତଦନ୍ତ କରିବା ପରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଡି ବୃନ୍ଦା ଏହି ଘଟଣା ବିଷୟରେ ଆମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଘଟଣା ବିଷୟରେ ଅବଗତ ଅଛି ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

hiranchal ad1
Leave A Reply

Your email address will not be published.

nineteen + 12 =