ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଦଶପଲ୍ଲା ୭୯ % , ଗଣିଆ ୮୦ % , ନୂଆଗାଁ ୭୭ % ମତଦାନ

0 104

ଦଶପଲ୍ଲା : ଇତିମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିବାଚନର ୪ର୍ଥ ପର୍ଯ୍ୟାୟ ମତଦାନ । ୪ର୍ଥ ପର୍ଯ୍ୟାୟ ମତଦାନରେ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା , ଗଣିଆ ଓ ନୂଆଗାଁ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିବାଚନରେ ଦଶପଲ୍ଲା ବ୍ଲକରେ ୭୯ . ୩୭୪, ଗଣିଆ ବ୍ଲକରେ ୮୦.୦୨ % ଓ ନୂଆଗାଁ ବ୍ଲକ ରେ ୭୭. ୨୧ % ମତଦାନ ହୋଇଛି । ଦଶପଲ୍ଲା ବ୍ଲକରେ ସମୁଦାୟ ୬୭୩୦୮ ଜଣ ଭୋଟରଙ୍କ ମଧ୍ୟରୁ ୫୩୪୨୮ ଜଣ ଭୋଟର ସେମାନଙ୍କର ମତଦାନ କରିଥିବା ବେଳେ ୨୭୨୭୧ ଜଣ ପୁରୁଷ ଓ ୨୬୧୯୭ ଜଣ ସେମାନଙ୍କର ମତଦାନ ପ୍ରଦାନ କରିଛନ୍ତି । ସେହିପରି ଏଥି ମଧ୍ୟରେ ମହିଳା ଗଣିଆ ବ୍ଲକରେ ୩୧୫୫୯ ଜଣ ଭୋଟରଙ୍କ ମଧ୍ୟରୁ ୨୪୯୯୧ ଜଣ ଭୋଟର ଭୋଟ ଦେଇଥିବା ଜଣାପଡ଼ିଛି । ନୂଆଗାଁ ବ୍ଲକ ରେ ୫୯୫୮୭ ଜଣ ଭୋଟର ସେମାନଙ୍କର ମତଦାନ ପ୍ରଦାନ କରିଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ବେଳେ ନକଲି ଭୋଟକୁ ନେଇ କେତେକ ବୁଥରେ ଅଶାନ୍ତି ଦେଖାଦେଇଥିଲା । ବିଶେଷ ଭାବେ ଗଣିଆ ବ୍ଲକ ଗଣିଆ ପଞ୍ଚାୟତ ୩ ନଂ ବୁଥରେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ ତାଙ୍କ ନାମରେ ଅନ୍ୟଜଣେ ଭୋଟ ଦେବାରୁ ଏହାକୁ ନେଇ ସେହି ବୁଧରେ ଅଶାନ୍ତି ଦେଖାଦେଇଥିଲା ପରେ ଗଣିଆ ବିଡ଼ିଓ, ଆନା ଆଇଆଇସି ଓ ଏସ କି ପି ଓ ବୁଥରେ ପହଂଚି ବୁଝାସୁଝା କରିବା ପରେ ଘଟଣା ଶାନ୍ତ ରହିଥିଲା । ଅନ୍ୟ ପାର୍ଶ୍ୱରେ ଦଶପଲ୍ଲା ବ୍ଲକ ଜୁରାଗଣ୍ଡାରେ ପ୍ରଶାସନକୁ ସଫଳ ମିଳିଛି । ଭୋଟ ବର୍ଜନ ପାଇଁ ଗ୍ରାମବାସୀମାନେ ଗତ କିଛିଦିନ ଧରି ଆନ୍ଦୋଳନ ଜାରି ରଖିଥିବା ବେଳେ ଭୋଟ ପୂର୍ବରୁ ଦଶପଲ୍ଲା ତହସିଲଦାର ଗ୍ରାମରେ ପହଂଚି ଲୋକ ମାନଙ୍କ ସହ ଆଲୋଚନା କରିବା ପରେ ସେହି ଗ୍ରାମର ୨୩ ଜଣ ଭୋଟର ଭୋଟ ଦେଇଥିବା ଜଣାପଡ଼ିଛି । ଚଳିତ ପଞ୍ଚାୟତ ନିବାଚନରେ ପ୍ରଥମ ଥର ପାଇଁ ଦଶପଲ୍ଲା ଦଶପଲ୍ଲା ବ୍ଲକ ଚକ୍ରଧରପୁର ୯ ନଂ ବୁଥକୁ ପିଙ୍କ ବୁଥ କରାଯାଇଥିବା ଏହି ବୁଥରେ କେବଳ ମହିଳା ପୁଲିଙ୍ଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ସମୁଦାୟ ୧୪୧ ଜଣ ଭୋଟରଙ୍କ ମଧ୍ୟରୁ ୯୧ ଜଣ ଭୋଟର ଏଠାରେ ଭୋଟଦାନ କରିଥିଲେ । ବିଶେଷ ଭାବେ ଶାନ୍ତି ଶୃଙ୍ଖଳା ସହ ଚତୁର୍ଥ ପର୍ଯ୍ୟାୟ ନିବାଚନ ଶେଷ ହୋଇଥିବା ବେଳେ ଦଶପଲ୍ଲା ବ୍ଲକର ୨୦ ଟି ପଞ୍ଚାୟତରୁ ୬୦ ଜଣ ୱାର୍ଡ଼ ମେମ୍ବର , ୮୫ ଜଣ ସରପଞ୍ଚ, ୬୫ ଜଣ ସମିତିସଭ୍ୟ ଓ ୧୧ ଜଣ ଜିଲ୍ଲାପରିଷଦଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ଥିବାବେଳେ ନୂଆଗାଁ ବ୍ଲକରେ ୫୩୩ ୱାର୍ଡ ସଭ୍ୟ, ୮୪ ସରପଞ୍ଚ , ୯୩ ଜଣ ସମିତିସଭ୍ୟ ଓ ଗଣିଆ ବ୍ଲକରେ ୧୭୪ ୱାର୍ଡ ସଭ୍ୟ, ୨୬ ଜଣ ସରପଞ୍ଚ ଓ ୨୯ ଜଣ ସମିତି ସଭ୍ୟ ଓ ୪ ଜଣ ଜିଲ୍ଲାପରିଷଦଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ ହୋଇରହିଛି । ଆସନ୍ତା ୨୬ ତାରିଖରେ ଦଶପଲ୍ଲା ବ୍ଲକ୍‌ ପରିସରରେ ଭୋଟ ଗଣତି ହେବ ।

hiranchal ad1
Leave A Reply

Your email address will not be published.

17 + 15 =