ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ

0 39

ଭୁବନେଶ୍ୱର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନୀ ମାହୋଲ । ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବେଳେ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ହେଉଛି ସାନି ମତଦାନ । ତେବେ ଏହାରି ଭିତରେ ଗତକାଲି ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଚୂଡ଼ାନ୍ତ ମତଦାନ ପ୍ରତିଶତ ସାମ୍ନାକୁ ଆସିଛି । ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୯ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ପ୍ରକାଶଯେ, ଚତୁର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହୋଇଥିଲା । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରିଥିଲେ ।
୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିପାଇଁ ୨୫୭ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍‌ ମୁତୟନ ହୋଇଥିଲେ । ମୋଟ୍‌ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଥିଲା ।

hiranchal ad1
Leave A Reply

Your email address will not be published.

20 + nineteen =