ସରିଲା ଭୋଟ୍‌, ବଢୁଛି ହୃତ୍‌ସ୍ପନ୍ଦନ ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ଆଶାୟୀ

0 217

ଦଶପଲ୍ଲା,୨୩/୨: – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଛି ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ୍‌ ହୋଇଥିବାବେଳେ ହାରିବା ଜିତିିବାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଗାଁ ଗାଁରେ ସକାଳୁ ରାତି ଯାଏଁ ସବୁଠି ଚାଲିଛି ଚର୍ଚ୍ଚା । କାହା ସପକ୍ଷରେ ମତଦାନ ଅଧିକ ହୋଇଛି ସେନେଇ ପ୍ରାର୍ଥୀ ଓ ସମର୍ଥକ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି । କାହାର ପଲ୍ଲା କେତେ ଭାରି ରହିଛି ତାହାକୁ ନେଇ ସବୁଠି ଲାଗି ରହିଛି ଅଙ୍କକଷା । ତଥାପି ଜିତିବାପାଇଁ ସବୁ ପ୍ରାର୍ଥୀ ଢେର ଆଶାୟୀ ଥିଲାବେଳେ ଭୋଟ ଗଣତି ଦିନକୁ ଚାତକ ଭଳି ଅନାଇ ବସିଛନ୍ତି । ଆସନ୍ତା ୨୬ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ଆଶା ଆଶଙ୍କାରେ କିଛି ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ଏବେ ବଢ଼ିବାରେ ଲାଗିଛି । ନିର୍ବାଚନ ସମୟରେ ଜନସମର୍ଥନ ହାସଲ ଲକ୍ଷ୍ୟରେ ପ୍ରାର୍ଥୀମାନଙ୍କ ସମର୍ଥକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯେଭଳି ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଭୋଟଗ୍ରହଣ ପରେ ନରମି ଯାଇଛି । ଆଉଦିନ ଚାରିଟା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଥିବାବେଳେ ଫଳାଫଳ ଘୋଷଣା ଦିନକୁ ଏବେ ଅପେକ୍ଷା ରହିଛି ।

hiranchal ad1
Leave A Reply

Your email address will not be published.

1 × one =