ତୈଳ ଦର ୭ରୁ ୮ ଟଙ୍କା ବଢିବ !

0 117

ନୂଆଦିଲ୍ଲୀ:ଚରମସୀମାରେ ପହଞ୍ଚିଛି ୟୁକ୍ରେନ୍‌-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍‌ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷିଆ-ୟୁକ୍ରେନ ବିବାଦର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିବା ଆଶଙ୍କା କରାଯାଉଛି । ରୁଷିଆ-ୟୁକ୍ରେନ ବିବାଦ ଯୋଗୁ ପେଟ୍ରୋଲ ଓ ଡିଜେଲ ୭ରୁ ୮ଟଙ୍କା ବଢିବା ନେଇ ଆଶଙ୍କା କରାଯାଉଛି । ପେଟ୍ରୋଲ ଓ ଡିଜେଲ ସହ ଜାଳେଣି ଗ୍ୟାସ ଦାମ ମଧ୍ୟ ବଢିବା ଆଶଙ୍କା ରହିଛି । ରୁଷିଆ-ୟକ୍ରେନ ବିବାଦ ଯୋଗୁଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଟଙ୍କାର ନିକତର । ଅଶୋଧିତ ତୈଳ ୧ ଡଲାର ବଢିଲେ, ଲିଟର ପିଛା ୭୦/୮୦ ପଇସା ବଢିବ । ୱେଷ୍ଟର୍ଣ୍ଣ ରୁଟ ଦେଇ ରୁଷିଆରୁ ଭାରତକୁ ତୈଳ ଆସିବା ସମ୍ଭାବନା କ୍ଷୀଣ ବୋଲି ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

18 + 15 =