ପାନୀୟଜଳ ସମସ୍ୟା ନେଇ ଆସନ୍ତା ୨୫ରେ ଆମରଣ ଅନଶନ ଚେତାବନୀ

0 47

ପାଟଣାଗଡ଼,୨୩/୨- ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଥିଲେ । ଅଭିଯୋଗ ଅନୁଯାୟୀ ଗ୍ରାମରେ ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅଳ୍ପ ବୟସରେ ମୃତ୍ୟୁବରଣ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପାଣି ସମସ୍ୟା ନେଇ ସୁକନ୍ୟା ଶକ୍ତି ସଂଗଠନ ପାଟଣାଗଡ଼ଙ୍କୁ ଖୁରୁପାଣି ଗ୍ରାମବାସୀ ଲିଖିତଭାବେ ଜଣାଇଥିବା ଦର୍ଶାଯାଇଛି । ଖୁରିପାଣି ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ନେଇ ମଙ୍ଗଳବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁକନ୍ୟା ଶକ୍ତି ସଂଗଠନ ସଂପାଦକ ଉଦୟ ଚନ୍ଦନ ଭୋଇଙ୍କ ନେତୃତ୍ୱରେ ଗ୍ରାମବାସୀମାନଙ୍କ ସହ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ କରିବା ସମୟରେ ସଂଗଠନ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ଲିଖିତ ଅଭିଯୋଗ ଅନୁଯାୟୀ ଖୁରିପାଣି ଗାଁରେ ଲାଗି ରହିଥିବା ପାଣି ସମସ୍ୟା ତୁରନ୍ତ ସମାଧାନ କରାନଗଲେ ଆସନ୍ତା ୨୫ ତାରିଖ ଦିନ ପାଟଣାଗଡ଼ ରାମଜୀ ଛକଠାରେ ଗ୍ରାମବାସୀଙ୍କୁ ନେଇ ଆମରଣ ଅନଶନରେ ବସିବାକୁ ସୁକନ୍ୟା ଶକ୍ତି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

eight − six =