ନକଲି ଡାକ୍ତରଙ୍କ ଭଉଣୀ ଗିରଫ

0 68

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ,ମୋଟ ୧୮ଟି ବିବାହ କରିଥିବା ମାଟ୍ରିକ ଫେଲ ତଥା ଠକ ରସିକିଆ ଡାକ୍ତର ରମେଶଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରମେଶଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।  ତାଙ୍କର ଗିରଫଦାରୀ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ତାଙ୍କ ଭଉଣୀଙ୍କ ସମ୍ପୃକ୍ତି ଅଛି ।  ଅଭିଯୁକ୍ତଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ପ୍ରମାଣ ମିଳିଛି । ରମେଶଙ୍କ ଏକାଧିକ ଠକେଇରେ ତାଙ୍କ ଭଉଣୀଙ୍କ ଭୂମିକା ରହିଛି ।  ରମେଶଙ୍କ ଭଉଣୀଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବୁ ।  ରମେଶଙ୍କ ରିମାଣ୍ଡ ଆଜି ସରୁଥିବାରୁ ଆଉ ୭ ଦିନ ପାଇଁ ଆବେଦନ ହେବ ବୋଲି ଡିସିପି କହିଛନ୍ତି । 

hiranchal ad1
Leave A Reply

Your email address will not be published.

fifteen + seventeen =