ରାତି ୧୦ଟାରେ ଉଠିବ ମହାଦୀପ : ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

0 72

ଭୁବନେଶ୍ୱର: ଏବର୍ଷ ମହାଶିବରାତ୍ରି ତଥା ଜାଗର ଯାତ୍ରା ଅନେକାଂଶଣେ ସ୍ୱାଭାବିକ ରହିବ । ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ଭକ୍ତଙ୍କୁ ମିଳିବ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ,ଦିନ ୩ଟାରୁ ସାଢେ ୩ଟା ଯାଏ ଅବକାଶ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୩ ଟା୩୦ ରୁ ୫ ଟା ଯାଏ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସନ୍ଧ୍ୟା ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇ ପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ ଭକ୍ତ । ଗତବର୍ଷ ଭଳି କୋଭିଡ୍‌ କଟକଣା ସହ ଦର୍ଶନ ଅନୁମତି ମିଳିବ । ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀରେ ବୈଠକ ବସିଥିଲା । ଏଥିରେ ସବୁ ବିଭାଗର ଅଧିକାରୀ ସାମିଲ୍‌ ହୋଇଥିଲେ । ବୈଠକରେ ଟ୍ରାଫିକ୍‌ ସୁପରିଚାଳନା, ଠିକ୍‌ ସମୟରେ ମହାଦୀପ ଉଠିବା, ପାଣି ଓ ବିଦ୍ୟୁତ୍‌ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

one + fourteen =