ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ : ସୂର୍ଯ୍ୟକୁମାର,ଆୟରଙ୍କୁ ବଡ ଫାଇଦା

0 94

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଲମ୍ବା ଜମ୍ପ ମାରିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନର ଫାଇଦା ଦୁଇ ବ୍ୟାଟରଙ୍କୁ ମିଳିଛି । ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ୨୧ତମ ଏବଂ ଭେଙ୍କଟେଶ ଆୟର୍‌ ୧୧୫ତମ ସ୍ଥାନରେ ପହଞ୍ଚିଯାଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜକୁ ଭାରତ ୩-୦ରେ ପୋଛି ନେଇଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ସିରିଜରେ ସର୍ବାଧିକ ରନ୍‌ କରିଥିଲେ । ସେହିପରି ଭେଙ୍କଟେଶ ଆୟର୍‌ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲେ । ଏହି ପ୍ରଦର୍ଶନ କାରଣରୁ ସୂର୍ଯ୍ୟ ୩୫ଟି ସ୍ଥାନ ଉପରକୁ ଉଠିଛନ୍ତି । ସେହିପରି ଆୟର୍‌ ଏକାଥରକେ ୨୦୩ଟି ସ୍ଥାନ ଉପରକୁ ଉଠିଛନ୍ତି । ଅନ୍ୟପକ୍ଷରେ ଆହତ କାରଣରୁ ଟିମରୁ ବାହାରେ ଥିବା ଲୋକେଶ ରାହୁଲଙ୍କୁ ରାଙ୍କିଙ୍ଗରେ କ୍ଷତି ହୋଇଛି । ସେ ଦୁଇଟି ସ୍ଥାନ ଖସି ଷଷ୍ଠକୁ ଆସିଯାଇଛନ୍ତି । ତେବେ ଆଇସିସି ରାଙ୍କିଙ୍ଗରେ ସେ ଏବେବି ଭାରତର ଏକ ନମ୍ବର ବ୍ୟାଟର୍‌ ଅଛନ୍ତି । ପୂର୍ବତନ କ୍ୟାପଟେନ୍‌ ବିରାଟ୍‌ କୋହଲି ଦଶମ ସ୍ଥାନରେ ରହିଛନ୍ତି । ସେହିପରି ବୋଲର ଓ ଅଲରାଉଣ୍ଡରଙ୍କ ରାଙ୍କିଙ୍ଗରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିପାରିନାହିଁ । ଭୁବନେଶ୍ୱର କୁମାର ବୋଲରଙ୍କ ରାଙ୍କିଙ୍ଗରେ ୨୦ତମ ସ୍ଥାନରେ ଅଛନ୍ତି । ଭାରତ ବିପକ୍ଷ ସିରିଜର ଦମଦାର ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜର ବାମହାତୀ ବ୍ୟାଟର୍‌ ନିକୋଲାସ୍‌ ପୁରନଙ୍କୁ ୫ଟି ସ୍ଥାନର ଫାଇଦା ହୋଇଛି । ସେ ୧୩ଶ ସ୍ଥାନରେ ପହଞ୍ଚିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ଟି-୨୦ ସିରିଜର ପ୍ରଭାବ ରାଙ୍କିଙ୍ଗରେ ପଡିଛି । ଅଷ୍ଟନ ଆଗର୍‌ ବୋଲରଙ୍କ ରାଙ୍କିଙ୍ଗର ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି । ସେ ଏବେ ନବମ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର ମହୀଶ ତୀକ୍ଷଣା ୧୨ଟି ସ୍ଥାନ ଉଠି ୧୭ଶରେ ପହଞ୍ଚିଛନ୍ତି । ରୋହିତ୍‌ ଶର୍ମା ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ବିରାଟ୍‌ କୋହଲି ସପ୍ତମ ସ୍ଥାନରେ ରହିଛନ୍ତି । ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ପେସର୍‌ ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗର ଟପ୍‌-୧୦ରେ ରହିଛନ୍ତି । ଅଶ୍ୱିନ୍‌ ଦ୍ୱିତୀୟ ଏବଂ ବୁମ୍ରା ଦଶମ ସ୍ଥାନରେ ଅଛନ୍ତି । ସେହିପରି ଅଲରାଉଣ୍ଡର ତାଲିକାରେ ମଧ୍ୟ ଅଶ୍ୱିନ୍‌ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + eleven =