ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଶୀର୍ଷରେ

0 127

ଫୁଲବାଣୀ : ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ପକ୍ଷରୁ ଦିଆଯାଇଥିବା ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ୬ ଜଣ ସଫଳତା ଲାଭ କରିଛନ୍ତି । ସେମାନେ ହେଲେ ଲିବୁନ କୁମାର କର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଭୁ ପ୍ରସାଦ ତ୍ରିପାଠୀ ଦ୍ୱିତୀୟ, ସ୍ମିତା ରାଣୀ ପାତ୍ର ତୃତୀୟ, ଧନଞ୍ଜୟ ମଲ୍ଲିକ ୫ମ, ସ୍ୱାଗତିକା ମଲ୍ଲିକ ୮ମ, ବିଶ୍ୱ ଭୂଷଣ ମୁଖୀ ୯ମ ସ୍ଥାନ ଅଧିକାର କରିଛନ୍ତି । ଏହି ପରୀକ୍ଷା ଗତ ୨୦୨୧ ଆର୍ଥିକ ବର୍ଷରେ ହୋଇଥିଲେ ମଧ୍ୟ ତାହା ଚଳିତ ମାସରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ । ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ରଙ୍କ ସମେତ ସଦସ୍ୟ ସଦସ୍ୟା ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ସୁଭାଶ୍ରୀର୍ବାଦ ଦେବା ସହ ସେମାନଙ୍କର ମଙ୍ଗଳ କାମନା କରିଛନ୍ତି । ଏହି ସଫଳତାର ଶ୍ରେୟ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ଆମେ ପାଇ ପାରିଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏହି ସଫଳତାକୁ ନେଇ ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକାମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

4 × five =