ମାର୍ଚ୍ଚ ୨୭ରେ ଓଜେଏସ୍‌ ପରୀକ୍ଷା

0 73

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍‌ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ । ଏନେଇ ଆଜି ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଭିଲ୍‌ ଜଜ୍‌ ପଦବୀ ନିମନ୍ତେ ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୭ତାରିଖରେ ପ୍ରିଲିମନାରୀ ପରୀକ୍ଷା ହେବ । ଏହି ପରୀକ୍ଷା ସାଧାରଣ ପ୍ରାର୍ଥୀଙ୍କ ନିମନ୍ତେ ଦେଢ ଘଣ୍ଟା ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୨ଘଣ୍ଟା ହେବ । ଏହି ପରୀକ୍ଷା ମାର୍ଚ୍ଚ ୨୭ତାରିଖ ରବିବାର ସକାଳ ୧୦ଟାରୁ ସାଢେ ୧୧ଟା ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ଦିନ ୧୨ଟା ପର୍ଯ୍ୟନ୍ତ ହେବ ।

hiranchal ad1
Leave A Reply

Your email address will not be published.

5 × 2 =