ଷ୍ଟ୍ରଙ୍ଗ ରୁମ ଆଗରେ ପ୍ରହରା ଦେଉଛନ୍ତି ବିଜେପି ନେତା ଓ କର୍ମୀ

0 131

ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ ଅଫିସ ପାଖରେ ଥିବ ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସ ରହିଛି, ସେଥିରେ କିଛି ଜାଲିଆତି ଶାସକ ଦଳ କରିପାରନ୍ତି ବୋଲି ବିଜେପିର କର୍ମୀ, ନେତା ମାନେ ସେହି ରୁମ ଆଗରେ ପହରା ଦେଉଛନ୍ତି । ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା ରାଜ କୁମାରୀ ବେହେରା କହିଛନ୍ତି ଯେ ଶାସକ ଦଳ କିଛି ବି କରିପାରନ୍ତି, ଭୋଟ ବାକ୍ସରେ ଥିବା ବାଲାଟ ପେପର କାଢି ବାକ୍ସରେ ଗଣତି ପର୍ଯ୍ୟନ୍ତ ସେମାନେ ବିଜେଡିର ଚିହ୍ନ ମରାଯାଇ ସେଥିରେ ଭର୍ତ୍ତି କରି ପୁଣି ସିଲ କରିଦେଇ ପାରିବେ, ତେଣୁ ସେମାନଙ୍କ ମନରେ ଭୟ ରହିଥିବାରୁ ସମସ୍ତ ନେତା, କର୍ମୀମାନେ ଫେଜ, ଫେଜରେ ରାତିରେ ପ୍ରହରା ଦେଉଛନ୍ତି । ଗଣତି ଶେଷ ପର୍ଯ୍ୟନ୍ତ ସେମାନେ ଏପରି ପହରା ଦେବେ ବୋଲି ସେ କହିଛନ୍ତି । ଏହି ପ୍ରହରା ସମୟରେ ୩୬ନଂ ଜିଲ୍ଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ ବେହେରା, ଜ୍ୟୋତ୍ସ୍ନା ବେହେରା, ରଞ୍ଜନ କୁମାର ବେହେରା, ପ୍ରଶାନ୍ତ କୁମାର ବେହେରା, ରାଜେନ୍ଦ୍ର ଗୌଡ଼ ଓ ଅରୁଣ କୁମାର ସାହୁ ଏବଂ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × four =