ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ, ୮୫.୪୪ ପ୍ରତିଶତ ମତଦାନ

0 78

ସୁବର୍ଣ୍ଣପୁର,୨୪/୨- ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ୮୫.୪୪ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ସମୁଦାୟ ୬୮,୩୪୯ ଜଣ ଭୋଟର ୨୩୪ ଟି ମତଦାନ କେନ୍ଦ୍ରରେ ସେମାନଙ୍କ ୱାର୍ଡ ମେମ୍ବର୧୭ ସରପଞ୍ଚ୧୭ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପାଇଁ ପ୍ରତିନିଧି ଚୟନ କରିବା ସୁଯୋଗ ପାଇଥିଲେ ଓ ସମଗ୍ର ବ୍ଲକକୁ ଦୁଇଟି ଜୋନରେ ବିଭକ୍ତ କରାଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡୋଳାମଣି ପଟେଲ ଏବଂ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଛି ଓ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ବୀରମହାରାଜପୁର ଉପ-ଜିଲ୍ଲାପାଳ ଅଶୋକ କୁମାର ଭୋଇ ଅନେକ ବୁଥ ପରିଦର୍ଶନ ସହିତ ବିଭିନ୍ନ ଅଞ୍ଚଳ ଗସ୍ତକରି ଅବାଧ ଏବଂ ନିରପେକ୍ଷ ମତଦାନକୁ ସୁନିଶ୍ଚିତ କରିଥିଲେ । ନୋଡାଲ ପଞ୍ଚାୟତ ସମିତି ଉଚ୍ଚବିଦ୍ୟାଳୟ, ଉଲୁଣ୍ଡା ପରିସରରେ ହୋଇଥିବା ଉଭୟ ପିଙ୍କ ବୁଥରେ ବହୁସଂଖ୍ୟାରେ ମହିଳା ଭୋଟର ଉତ୍ସାହିତ ହୋଇ ମତଦାନ କରିଥିଲେ ଓ ବିଭିନ୍ନ ବୁଥ ମାନଙ୍କରେ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷଯାଏଁ ଭୋଟ ଦେଇଥିଲେ । ସମଗ୍ର ବ୍ଲକରେ ୩୫୬୨୫ ଜଣ ପୁରୁଷ ଭୋଟର ଏବଂ ୩୨୭୨୪ ଜଣ ମହିଳା ଭୋଟର ଥିଲାବେଳେ ଉତ୍ସାହଜନକ ଭାବରେ ୮୫.୪୪ ପ୍ରତିଶତ ମତଦାନ ହୋଇଛି ଓ ଉଲୁଣ୍ଡା ବ୍ଲକର ଉଦେପଦର ବୁଥ୍‌ରେ ବାଣିଜ୍ୟ ଓ ପରିବହନ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଭୋଟ ଦେଇଛନ୍ତି । ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାର ୬ଟି ଯାକ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଥିବାରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀ ନିର୍ବାଚନର ସଠିକ ପରିଚାଳନା କରିଥିବାରୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 11 =