ମନ୍ଦିର ଗମ୍ଭୀରା ଭିତରୁ ମହିଳାଙ୍କ ସୁନା ଚେନ୍‌ ଲୁଟ,ମହିଳା ଲୁଟେରା ଅଟକ

0 149

ପୁରୀ : ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର । ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ । ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦୁର୍ବୁତ୍ତ ଲୁଟି ନେଲା ସୁନା ଚେନ୍‌ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ । ଆଜି ଜାଗର ଯାତ୍ରା ଅବସରରେ ସରସ୍ୱତୀ ପରିବାର ଲୋକଙ୍କ ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ଗମ୍ଭୀରା ଭିତରେ ତାଙ୍କ ବେକରୁ ୧୪ ଭରିର ସୁନା ଚେନ ଦୁର୍ବୃତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିବା ସହ ବାସେଳୀ ସାହି ଥାନା ପୋଲିସରେ ଅଭିଯୋଗ କରିଛନ୍ତି । ସେହିପରି ଆଜି ଆଉ ଜଣେ ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟ କରୁଥିବା ବେଳେ ବୃଦ୍ଧା ଜଣକ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଅଞ୍ଜନା ପଲ୍ଲାଇ ଆଜି ପୁରୀ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ସମ୍ମୁଖରୁ ଭୋଗ କିଣୁଥିଲେ । ତେବେ ସେହି ସମୟରେ ଜଣେ ମହିଳା ଲୁଟେରା ଅଞ୍ଜନାଙ୍କ ବେକରୁ ଚେନ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଜନା ସମ୍ପୃକ୍ତ ଲୁଟେରାଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଥିବା ବେଳେ ଜଣେ ମହିଳା ଲୁଟେରାକୁ ଅଟକ ରଖିଯାଇଥିବା କହିଛନ୍ତି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ।

hiranchal ad1
Leave A Reply

Your email address will not be published.

two × 4 =