ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ଶରଣକୁଳ

0 116

ଦଶପଲ୍ଲା : ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଲଡୁକେଶ ମହେଶଙ୍କ ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ନୟାଗଡ଼ ଜିଲ୍ଲାର ଶରଣକୂଳ । ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଶାସନ ଦ୍ୱାରା ନିର୍ମିତ ଲୁହା ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିର ଭୋର ୩ଟାରୁ ଖୋଲାଯାଇଛି । ଏଥିପାଇଁ ସମସ୍ତ ସେବାୟତଙ୍କୁ ମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେର୍ଶ ଦିଆଯାଇଥିଲା । କେବଳ ଠାକୁରଙ୍କ ନୀତି ଏବଂ ପୂଜା ସମୟକୁ ଛାଡିଦେଲେ ଅନ୍ୟ ସମୟରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣ ମେଲା ରହିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ । ମନ୍ଦିରର ବିଭିନ୍ନ ଦ୍ୱାରରେ ପୁଲିସ ଜଗି ରହିବେ । ହାଟ ପଡିଆଠାରୁ ଶରଣକୁଳ ଡାକ ବଙ୍ଗଳା ପର୍ଯ୍ୟନ୍ତ ସାଧା ପୋଷାକଧାରୀ ପୁଲିସ ଅସାମାଜିକ ଲୋକଙ୍କ ଗତିବିଧି ଉପରେ ନଜର ରଖିବେ । ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଦଶ ଜଣ ମହିଳା ପୁଲିସ ଯାତ୍ରାରେ ମୁତୟନ ରହିବେ । ଶରଣକୁଳ ଏସ୍‌ଡିପିଓ କିରଣ ହେମ୍ବ୍ରମ ଶୃଙ୍ଖଳା ରକ୍ଷା ପାଇଁ କଡ଼ା ପୁଲିସ ପହରା ବ୍ୟବସ୍ଥା କରିଥିବାବେଳେ ଉପସ୍ଥିତ ରହିବେ । ପୁଲିସ ତରଫରୁ କାଳିଆତୋଟାଠାରେ ଓ ନାରାୟଣ ହାଇସ୍କୁଲଠାରେ ଗାଡି ପାକିଂ ବ୍ୟବସ୍ଥା କରାଯାଇଛି । ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟାନୀତି ସଂପନ୍ନ ହେବ । ୧୦ଟା ୩୦ରୁ ରାତି ୧୨ ଟା ପର୍ଯ୍ୟନ୍ତ ବେଢା ପରିକ୍ରମା ହେବ ଏବଂ ରାତ୍ର ୧୨ଟାରେ ଠାକୁରଙ୍କ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

ten − one =