ପାରଳାଖେମୁଣ୍ଡିର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କର ସମାଗମ

0 123

ଗଜପତି,୧/୩- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶିବମନ୍ଦିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଆଜି ଶିବ ରାତ୍ର ହୋଇଥିବାରୁ ସହରର ରାମଲିଙ୍ଗେଶ୍ୱର , ଚନ୍ଦ୍ରଶେଖରେଶ୍ୱର, ଧବଳେଶ୍ୱର, ଶ୍ରୀ ଚନ୍ଦ୍ରଶେଖର, କାଶୀ ବିଶ୍ୱନାଥ, ମଲ୍ଲିକାଅର୍ଜୁନ ସ୍ୱର, ଅର୍ଦ୍ଧ ନାଗେଶ୍ୱର ପ୍ରଭୃତି ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା । ଶ୍ରଦ୍ଧାଳୁମାନେ ବେଲପତ୍ର, ନଡ଼ିଆ କଦଳୀ ଓ ବିଭିନ୍ନ ପୂଜା ସାମଗ୍ରୀ ଧରି ମନ୍ଦିରକୁ ଯାଉଥିବାର ଦେଖିବାକୁ ମିଳିଛି । ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ମନସ୍କାମନା ପୂରଣ ନିମନ୍ତେ ଶ୍ରଦ୍ଧାର ସହିତ ଜାଗର ଦୀପ ଜଳାଇଛନ୍ତି । ମହା ଶିବରାତ୍ରି ଜାଗର ନିମନ୍ତେ ଶିବ ମନ୍ଦିରରେ ରାତ୍ରିରେ ମହାଦୀପ ପ୍ରଜ୍ୱଳନର ବ୍ୟବସ୍ଥା ରହିଛି । କୋଭିଡ କଟକଣାରେ ମନ୍ଦିର ମାନଙ୍କରେ ଭକ୍ତମାନେ ଶିବରାତ୍ରୀ ପାଳନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =