ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ପାଇଁ କଟାଗଲା ଫାୟାର୍‌ ଲାଇନ୍‌

0 112

ଦଶପଲ୍ଲା :ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ବନ ଓ ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍‌ । ଏହି କ୍ରମରେ ଆଜି ବୁଗୁଡା ବିଟ୍‌ ହାଉସ୍‌ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ ବନାଂଚଳ ସୀମା ପର୍ଯ୍ୟନ୍ତ ଫାୟାର ଲାଇନ୍‌ କରାଯାଇଥିଲା । ପ୍ରତିବର୍ଷ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବନ ତଥା ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗାଁ ଗାଁ ରେ ସଚେତନତା ଅଭିଯାନ, ପଥପ୍ରାନ୍ତ ସଭା, ଲିଫ୍‌ ଲେଟ୍‌ ବଣ୍ଟନ ଓ ସଂଲଗ୍ନ ଗ୍ରାମ ମାନଙ୍କୁ କିଛି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାଏ ମହାନଦୀ ବନ୍ୟପ୍ରାଣୀ ବନ ବିଭାଗ । ଏହାଦ୍ୱାରା ବିପୁଳ ସଫଳତା ମଧ୍ୟ ପାଇଛି ବନ ବିଭାଗ । ଜନସାଧାରଣ ସଚେତନ ହେବା ଯୋଗୁଁ ବିଗତ ୧୦ ବର୍ଷ ମଧ୍ୟରେ ଜଂଗଲରେ ନିଆଁ ଲାଗିବା ୮୦ ଭାଗ କମିଯାଇଛି ବୋଲି କୁହନ୍ତି ଗ୍ରାମବାସୀ । ଯଦି ବା କେବେ କେମିତି ଜଂଗଲରେ ନିଆଁ ଲାଗିଯାଏ, ତେବେ ଗ୍ରାମବାସୀମାନେ ନିଆଁକୁ ଆୟତ କରିଦେଇଥାନ୍ତି । ବନବିଭାଗ ମଧ୍ୟ ଗ୍ରାମବାସୀ ମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାନ୍ତି । ଆଜିର ଏହି ଫାୟାର ଲାଇନ୍‌ କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ( ବାଣିଗୋଛା ପଶ୍ଚିମ )ଶ୍ରୀଯୁକ୍ତ ସଂସାର ବର୍ଗିଆ ,ବନପାଳ ଅନ୍ତର୍ଜ୍ୟାମି ଜାନି , ବନରକ୍ଷୀ ପ୍ରତାପ କୁମାର ସେଠୀ , ପୁସ୍ପଲତା ସ୍ୱାଇଁ ଓ ଫାୟାର ଗାର୍ଡ ବିଜୟ, ଯୁଗଳ, ମୁନା ପ୍ରଭୃତି କାର୍ଯ୍ୟ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five − four =