ନୂଆଦିଲ୍ଲୀ, ୪/୩ : ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍ଖୁ ୮୮ ବର୍ଷ ବୟସ ହୋଇଥିଲା । ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ । ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଞ୍ଜାବ ଗଭର୍ଣ୍ଣର ମଧ୍ୟ ଥିଲେ । ପୂର୍ବତନ ସେନାଧ୍ୟକ୍ଷଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱାଣେ ଶୋକ ପ୍ରକାଶ କରି କହିଛନ୍ତି,ସେ ଜଣେ ବିଚାରକ ଓ ରଣନୀତିକାର ଭାବେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ପଛରେ ଦେଶ ପତି ଅତ୍ୟଧିକ ସମର୍ପଣ ଓ ସେବାର ଭାବନା ଛାଡି ଯାଇଛନ୍ତି ।