ମଞ୍ଜୁ ରଥ ହେଲେ ବ୍ରହ୍ମପୁର କଂଗ୍ରେସ ମେୟର ପ୍ରାର୍ଥୀ

0 63

ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସରଗରମ୍‌ ହୋଇଛି ରାଜନୈତିକ ମଇଦାନ । ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍‌ । ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସରୁଛି । ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ୨୬ ତାରିଖରେ ଭୋଟ ଗଣତି ହେବ ।
ଆଜି ପୌରନିର୍ବାଚନ ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ କଂଗ୍ରେସ ତା’ର ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଜଣେ ଗୃହିଣୀଙ୍କ ଉପରେ ଭରସା ଦେଖାଇଛି କଂଗ୍ରେସ ।
ତେବେ ପୂର୍ବରୁ ବିଜେଡି ଓ ବିଜେପି ତାଙ୍କ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିଲେ । ବିଜେଡି ପକ୍ଷରୁ ସଙ୍ଘମିତ୍ରା ଦଳେଇ ଏବଂ ବିଜେପି ପକ୍ଷରୁ ସବିତା ସ୍ୱର ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି । ତେବେ କଂଗ୍ରେସ କିନ୍ତୁ ପ୍ରାର୍ଥୀ ଘୋଷଣା କରିନଥିଲା । କାହାକୁ କଂଗ୍ରେସ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ଜାରି ରହିଥିଲା । ଆଜି କଂଗ୍ରେସ ରବି ରଥଙ୍କ ସ୍ତ୍ରୀ ମଞ୍ଜୁ ରଥଙ୍କୁ ବ୍ରହ୍ମପୁର ପାଇଁ ମେୟର ପାର୍ଥୀ ଘୋଷଣା କରିଛି ।

hiranchal ad1
Leave A Reply

Your email address will not be published.

three × 2 =