ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ବହୁ ବଡ ବଡ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫସିଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କଲେଜ୍ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଶ୍ୱନାଥପୁର ହୀରାଲୀଳା କଲେଜର ପ୍ରିନ୍ସିପାଲ ରମେଶ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଭୁବନେଶ୍ୱରର ୫ଟି ସ୍ଥାନରେ ଏହି ଚଢାଉ ଚାଲିଛି । ଭୁବନେଶ୍ୱର, କଳାହାଣ୍ଡି ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ହୀରାଲୀଳା କଲେଜର ପ୍ରନ୍ସିପାଲ ଭିଜିଲାନ୍ସ ସ୍କାନରରେ ଥିଲେ ।