ପୌର ନିର୍ବାଚନ : ପ୍ରଚାର ପାଇଁ କୋଭିଡ କଟକଣା ନାହିଁ

0 116

ଭୁବନେଶ୍ବର: ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ। ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ପ୍ରଚାର କରାଯାଇପାରିବ। ତେବେ ଯଦି ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ। ରାଜ୍ୟ ନିର୍ବାଚନ କମିସନର ଆହୁରି ମଧ୍ୟ କହିଛନ୍ତି, ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ଏଥର ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ।

hiranchal ad1
Leave A Reply

Your email address will not be published.

three × five =