କଡ଼ା ଟକ୍କର ଭିତରେ ଜିତିଗଲେ ଗୋଆ ମୁଖ୍ୟମନ୍ତ୍ରୀ

0 212

ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କଡ଼ା ଟକ୍କର ମଧ୍ୟରେ ବାଜିମାତ କରିଛନ୍ତି  । ଭୋଟ ଗଣତି ଆରମ୍ଭରୁ ସାଙ୍କେଲିମ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା  । ପ୍ରତି ରାଉଣ୍ଡରେ କିଏ ଜିତିବ ନେଇ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା  । କେଉଁ ରାଉଣ୍ଡରେ ସାୱନ୍ତ ଆଗରେ ରହୁଥିଲେ ତ ଆଉ କେଉଁ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଧର୍ମେଶ ସାଗଲାନି ଆଗେଇ ଯାଉଥିଲେ  । କିନ୍ତୁ ପରିଶେଷରେ କଡ଼ା ଟକ୍କର ଭିତରେ ସାୱନ୍ତ ବାଜିମାତ କରିବାରେ ସଫଳ ହୋଇଛନ୍ତି  । ସାୱନ୍ତଙ୍କୁ ୧୨୨୫୦ ଖଣ୍ଡ ଭୋଟ ମିଳିଥିବାବେଳେ ଧର୍ମେଶଙ୍କୁ ୧୧୪୧୪ ଖଣ୍ଡ ଭୋଟ ମିଳିଥିଲା  ।

hiring

ଗୋଆରେ ୪୦ଟି ବିଧାନସଭା ଆସନ ରହିଥିବାବେଳେ ବିଜେପି  ୧୮ଟି ଆସନରେ ଜିତିଥିବାବେଳେ ୨ଟି ଆସନରେ ଆଗୁଆ ରହିଛି  । ସେହିପରି ଆମ ଆଦମୀ ପାର୍ଟି ଗୋଟିଏ ଆସନରେ ଜିତିଥିବାବେଳେ ଗୋଟିଏରେ ଆଗୁଆ ରହିଛନ୍ତି  । ସ୍ୱାଧୀନ ଭାବେ ଜିଣିଥିବା ୩ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି  । ସେପଟେ ଗୋଆରେ ସରକାର ଗଢ଼ିବାକୁ ଚାହୁଁଥିବା କଂଗ୍ରେସ ୬ ଆସନରେ ଜିତିଥିବାବେଳେ ୫ ଆସନରେ ଆଗୁଆ ରହିଛି  । ମହାରାଷ୍ଟ୍ରବାଦୀ ଗୋମନ୍ତକଙ୍କୁ ୨ଟି ଓ ରିଭୋଲୁସନାରୀ ଗୋଆନ ପାର୍ଟିକୁ ଗୋଟିଏ ଆସନ ମିଳିଛି  ।

hiranchal ad1
Leave A Reply

Your email address will not be published.

three × 2 =