ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣସ୍ଥଳ ପରିଦର୍ଶନ କଲେ ପୁରୀ ଜିଲ୍ଲା ଓକିଲ ସଂଘ

0 60

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛି । ବିଶେଷ କରି ଐତିହ୍ୟ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ୩୦ ଫୁଟର ଗର୍ତ ଖୋଳିବା ଓ ନିର୍ମାଣ କାର୍ଯ୍ୟକୁ ନେଇ ପୁରୀ ଜିଲ୍ଲା ଓକିଲ ସଂଘ ଅସନ୍ତୋଷ ପ୍ରକାଶ । ଶ୍ରୀମନ୍ଦିର ଭଳି ପୁରାତନ ଐତିହ କୀର୍ତ୍ତିରାଜିର ନିକଟରେ ଏଭଳି ଖୋଳି ନିର୍ମାଣ କାର୍ଯ୍ୟ କଲେ ମାଟି ଖୋଳା କମ୍ପନକୁ ନେଇ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦର ଆଶଙ୍କା ରହିଛି । ସରକାର ଶ୍ରୀମନ୍ଦିର ଚାରି ପାଖରେ ସୌନ୍ଦର୍ଯ୍ୟକରଣ ସମେତ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା , ବିଦ୍ୟୁତ ବ୍ୟବସ୍ଥା, ପୋଲିସ ସେବା କେନ୍ଦ୍ର କରିବା ପାଇଁ କହୁଥିବା ବେଳେ ଏଥିପାଇଁ ଶ୍ରୀମନ୍ଦିର ଚାରି ପାଖ ୩୦ ଫୁଟ ଗାତ ଖୋଳିବା ନେଇ କୌଣସି ଆବଶ୍ୟକତା ନାହିଁ । ଏଣୁ ତୁରନ୍ତ ସରକାର ଏହାକୁ ବନ୍ଦ କରିବାକୁ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି । ଏ ପ୍ରସଙ୍ଗ ରେ ଜିଲ୍ଲା ଓକିଲ ସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛି । ସେପଟେ ପୁରୀ ଜିଲାପାଳ କହିଛନ୍ତି ଶ୍ରୀମନ୍ଦିର ଚାରିପାଖରେ ଯାହା କିଛି କାର୍ଯ୍ୟ ହେଉଛି ତାହା ଶ୍ରୀମନ୍ଦିର ସୁରକ୍ଷାକୁ କୌଣସି ବିପଦ ନାହିଁ ଏବଂ ଏନଏମଏର ଅନୁମତି ନେଇ ହେଉଛି । ଏ ନେଇ ସବିଶେଷ ତଥ୍ୟ ଜିଲ୍ଲା ଓକିଲ ସଂଘକୁ ଦିଆଯାଇଛି । ଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ସମସ୍ତ କାର୍ଯ୍ୟ ହେଉଛି ।

hiranchal ad1
Leave A Reply

Your email address will not be published.

17 + 7 =