ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ

0 101

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ଭବନରେ ବସିବ । ଏହି ବୈଠଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଏହି ବୈଠକ ଡକାଯାଇଥିବା ଅନୁମାନ କରାଯାଉଛି । ଯଦି ଏହି କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଏ ତାହା ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଭେଟି ହେବ । ସେପଟେ ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରି ରହିଛନ୍ତି । କେନ୍ଦ୍ର ସରକାର ପ୍ରତିବର୍ଷ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ୨୦୨୨ ଜାନୁଆରୀ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବାର ଥିଲା । କୌଣସି କାରଣରୁ ଏହା ବିଳମ୍ବ ହୋଇଥିବାରୁ ଆସନ୍ତା କାଲି ବସୁଥିବା କେନ୍ଦ୍ର କ୍ୟାବିନେଟରେ ଏହା ଉପରେ ବିଚାର କରାଯାଇ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

sixteen − 15 =