୨୧ରେ ଶପଥ ନେଇପାରନ୍ତି ଯୋଗୀ : ଅତିଥି ତାଲିକାରେ ସୋନିଆ,ମାୟାବତୀ

0 51

ନୂଆଦିଲ୍ଲୀ,୧୬/୩ : ଆସନ୍ତା ୨୧ ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ଉତ୍ସବ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍‌ନୌର ଅଟଳ ବିହାରୀ ବାଜପେଇ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯିବ । ଏହି ସୂଚୀରେ ବିରୋଧୀଦଳ ନେତା ଅଖିଳେଶ ଯାଦବ,ସୋନିଆ ଗାନ୍ଧୀ,ପ୍ରିିୟଙ୍କା ଗାନ୍ଧୀ,ରାହୁଲ ଗାନ୍ଧୀ,ମୁଲାୟମ ସିଂ ଯାଦବ,ମାୟାବତୀଙ୍କ ସମେତ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯିବ । ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରୁ ଲାଭ ପାଇଥିବା କିଛି ହିତାଧିକାରୀଙ୍କୁ ଏହି ଶପଥ ସମାରୋହ ପାଇଁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଉଛି । ସେପଟେ ଯେଉଁ ସ୍ଥାନରେ ଶପଥ ଗ୍ରହଣ ସମାରୋହ ହେବ, ତାହାକୁ ନେଇ ଏବେଠାରୁ ରାଜନୀତି ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ସମାଜବାଦୀ ପାର୍ଟି ନିର୍ମାଣ କରିଥିବା ଷ୍ଟାଡିୟମ ବ୍ୟତୀତ ଯୋଗୀଙ୍କୁ ଶପଥ ନେବା ପାଇଁ ଅନ୍ୟ କୌଣସି ସ୍ଥାନ ମିଳିନାହିଁ ।

hiranchal ad1
Leave A Reply

Your email address will not be published.

fourteen + seven =