ମୋଦୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌

0 68

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏହି ସାକ୍ଷାତ ପରେ ମାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ମୋତେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଦୁଇ ବର୍ଷ ପାଇଁ ମୁଁ ପ୍ରତିବର୍ଷ ୫୦,୦୦୦କୋଟି ଆର୍ଥିକ ସହାୟତା ମାଗିଛି । ସେ ପଞ୍ଜାବକୁ ପୁଣିଥରେ ଦେଶର ଏକ ନମ୍ବର ରାଜ୍ୟ କରିବେ ବୋଲି ମାନ କହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମାନଙ୍କର ଏହା ପ୍ରଥମ ସାକ୍ଷାତ ।

hiranchal ad1
Leave A Reply

Your email address will not be published.

fifteen + 14 =