ୟୁପିରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଯୋଗୀ

0 67

ନୂଆଦିଲ୍ଲୀ : ଦେଶର ଅନ୍ୟତମ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉ ର ପ୍ରଦେଶରେ ଆଜିଠୁ ଆରମ୍ଭ ହୋଇଛି ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୟୁପିର ଏକାନ୍ନା ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ତାଙ୍କ ସହିତ ୫୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଯୋଗୀ ସରକାରରେ ଡେପୁଟି ମୁଖ୍ୟମନ୍ତ୍ରୀ ପଦ ମିଳିଛି । ତାଙ୍କ ସହିତ ବ୍ରଜେଶ ପାଠକ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଦୁଇ ନେତାଙ୍କ ବ୍ୟତୀତ ୧୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୧୪ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ତମାମ ବିଜେପି ନେତା,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୟୁପି ରାଜନୀତିର ବରିଷ୍ଠ ନେତା ଯୋଗ ଦେଇଥିଲେ । ସୂର୍ଯ୍ୟପ୍ରତାପ ସାହି, ସୁରେସ କୁମାର ଖନ୍ନା, ସ୍ୱତନ୍ତ୍ର ଦେବ ସିଂହ, ବେବିରାଣୀ ମୌର୍ଯ୍ୟ, ଲକ୍ଷ୍ମୀନାରାୟଣ ଚୌଧୁରୀ, ଜୟବୀର ସିଂହ, ଧର୍ମପାଲ ସିଂହ, ନନ୍ଦ ଗୋପାଲ ଗୁପ୍ତା, ଭୂପେନ୍ଦ୍ର ସିଂହ ଚୌଧୁରୀ, ଅନୀଲ ରାଜଭର, ଜତିନ ପ୍ରସାଦ, ରାକେଶ ସଚ୍‌ଚାନ, ଅରବିନ୍ଦ କୁମାର ଶର୍ମା, ଯୋଗେନ୍ଦ୍ର ଉପାଧ୍ୟାୟ, ଆଶିଷ ପଟେଲ ଓ ସଞ୍ଜୟ ନିଷାଦ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ । । ସେହିପରି କପିଲଦେବ ଅଗ୍ରୱାଲ, ରବୀନ୍ଦ୍ର ଜୟସ୍ୱାଲ, ନିତନ ଅଗ୍ରୱାଲ, ସନ୍ଦୀପ ସିଂହ, ଗୁଲାବ ଦେବୀ, ଗିରିଶ ଚନ୍ଦ୍ର ଯାଦବ, ଧର୍ମବୀର ପ୍ରଜାପତି, ଅସୀମ ଅଋଣ, ଜେ.ପି.ଏସ୍‌. ରାଠୋର, ଦୟାଶଙ୍କର ସିଂହ, ନେରେନ୍ଦ୍ର କଶ୍ୟପ, ଦିନେଶ ପ୍ରତାପ ସିଂହ, ଅରୁଣ କୁମାର ସକ୍‌ସେନା ଓ ଦୟାଶଙ୍କର ମିଶ୍ର ରାଷ୍ଟ୍ରମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାବ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବେ ଦିନେଶ ଖଟିକ, ସଞ୍ଜୀବ ଗୌଡ଼, ମୟଙ୍କେଶ୍ୱର ସିଂହ, ବଲଦେବ ସିଂହ ଆଲେଖ, ଅଜିତ ପାଲ, ଜଶବନ୍ତ ଶୈନୀ, ରାମକେଶ ନିଷାଦ, ମନୋହର ଲାଲ ମନ୍ନୁକୈରୀ, ସଞ୍ଜୟ ଗଙ୍ଗୱାର, ବୃଜେସ ସିଂହ, କେ.ପି. ମଲିକ, ସୁରେଶ ରାହି, ସୌମେନ୍ଦ୍ର ତୋମାର, ଅନୁପ ପ୍ରଧାନ, ପ୍ରତିଭା ଶୁକ୍ଲା, ରାକେସ ରାଠୋର, ରଜନୀ ତିୱାରୀ, ଶତୀଶ ଶର୍ମା, ବିଜୟଲକ୍ଷ୍ମା ଗୌତମ ଓ ଦିନେଶ ଆଜାଦ ଅଂସାରୀ ଶପଥପାଠ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =